କେନ୍ଦ୍ରାପଡା, ୨୪/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗୋପେଇ (ପଣସୁଆପଡା) ଗ୍ରାମର ସମାଜସେବୀ ମାନଗୋବିନ୍ଦ ବେହେରାଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତିସଭା କୈଳାଶ ଚନ୍ଦ୍ର ମାହାଳିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାରେ ଅତିଥି ଭାବେ ପ୍ରାଧ୍ୟାପକ ଡଃ. ସର୍ବେଶ୍ୱର ସେଣ, ମଦନମୋହନ ସାମଲ, ହଳଧର ବେହେରା, ବୈଷ୍ଣବ ସାମଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବବସରରେ ଗୀତା ପାଠ କରାଯିବା ସହିତ ତାଙ୍କ ସ୍ମୃତିରେ ଏକ ସ୍ମରଣୀକା “ସ୍ମୃତିରେ ମାନଗୋବିନ୍ଦ” ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହି ସ୍ମୃତିସଭାରେ ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି କମିଟି ଉପ ସଭାପତି ରମେଶ ଚନ୍ଦ୍ର ଦାସ, ସମ୍ପାଦକ ଆଶିଷ ସ୍ୱାଇଁ, ନରେଶ ମହାନ୍ତି, ଗୁରୁଚରଣ ମିଶ୍ର, ସାମ୍ବାଦିକ ମନୋଜ କୁମାର ସ୍ୱାଇଁଙ୍କ ସମେତ ସ୍ମୃତିକମିଟିର କର୍ମକର୍ତା,ପରିବାର,ଆତ୍ମୀୟସ୍ୱଜନ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
