କଟକ ସଦର, ୨୪/୧/୨୦୨୨ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):କଟକ ସଦର ଅଞ୍ଚଳର ଜଣେ ଜଣାଶୁଣା ଯୁଵ ସମାଜସେବୀ ପ୍ରଶାନ୍ତ ସିଂହ ଆଜି ସୋମଵାର ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କ ଭୂଵନେଶ୍ୱର ଵାସଭଵନରେ ଆନୁଷ୍ଠାନିକ ଭାବେ ଵିଜେଡିରେ ଯୋଗଦାନ କରିଛନ୍ତି।ଏହି ଉପଲକ୍ଷେ ଗ୍ରୀନପାର୍କ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଦର ଵ୍ଲକ୍ ଵିଜେଡି ସଭାପତି ପ୍ରମୋଦ ମହାପାତ୍ରଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୁଵ ନେତା ପ୍ରଶାନ୍ତଙ୍କୁ ଦଳୀୟ ଉତ୍ତରୀୟ ସହ ପୁଷ୍ପ ଗୁଛ ଦିଆଯାଇ ଵିଜେଡିରେ ସାମିଲ କରାଗଲା ଵୋଲି ଘୋଷଣା କରିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଵ୍ଲକ ଵିଜେଡି କାର୍ଯ୍ୟକାରୀ ସଭାପତି ସମର ବେହେରା, ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡା,ଆତ୍ମା ଅଧ୍ୟକ୍ଷ ରଜନୀକାନ୍ତ ସାହୁ,୫ ନମ୍ଵର ଜିଲ୍ଲାପରିଷଦ ସଭ୍ୟା ଝିନୁ ବେହେରାଙ୍କ ପ୍ରତିନିଧି ତଥା ସଦର ଵିକାଶମଞ୍ଚ ସଭାପତି ସୁଵୋଧ ବେହେରା,ଯୁଵ ଵିଜେଡି ସଭାପତି ହିମାଂଶୁ ଦାସ,୫ନମ୍ଵର ଜିଲାପରିଷଦ ଵିଜେଡି ପ୍ରାର୍ଥୀ ପ୍ରଦୀପ୍ତ ମହାଳି ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର
