Thursday , June 30 2022
Breaking News
Home / ବିଶେଷ / ମହିଳା ଶ୍ରମିକଙ୍କ ଅଭିଯୋଗର ବିଚାର ହେଉନି,ଡିଏଲସିଙ୍କୁ ଭେଟିଲେ ଶ୍ରମିକ ନେତା ଅଶୋକ ତ୍ରିପାଠୀ

ମହିଳା ଶ୍ରମିକଙ୍କ ଅଭିଯୋଗର ବିଚାର ହେଉନି,ଡିଏଲସିଙ୍କୁ ଭେଟିଲେ ଶ୍ରମିକ ନେତା ଅଶୋକ ତ୍ରିପାଠୀ

କେନ୍ଦ୍ରାପଡ଼ା, ୨୪/୧/୨୦୨୨ (ଓଡ଼ିଶା ସମାଚାର)- ଗତ୨୦୧୯ ମସିହାରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ମହିଳା ନିର୍ମାଣ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ପ୍ରଦାନ କରାଯାଇଥିବା ଦାବିପତ୍ର ଉପରେ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଫଳରେ ମହିଳା ଶ୍ରମିକମାନେ ସେମାନଙ୍କ ଅଧିକାରରୁ ବଂଚିତ ହେଉଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ଶ୍ରମ ଅଧିକାରୀଙ୍କ ପଦବୀ ଖାଲି ପଡିଛି । ଶ୍ରମିକମାନେ ସେମାନଙ୍କ ଝିଅ ବାହାଘର ପାଇଁ ସହାୟତା ପାଇବାକୁ ଶ୍ରମ କାର୍ଯ୍ୟାଳୟରେ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ତାହା ପ୍ରଦାନ କରାଯାଉନାହିଁ । ତେଣୁ ସରକାରଙ୍କ ଲକ୍ଷ୍ୟ ଓ ଯୋଜନା ଶ୍ରମିକମାନଙ୍କ କ୍ଷେତ୍ରରେ ବାଟବଣା ହେଉଛି ବୋଲି ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ ଅଭିଯୋଗ କରିଛନ୍ତି । ଶ୍ରୀ ତ୍ରିପାଠୀ ଏ ସଂକ୍ରାନ୍ତରେ ଏକ ଅଭିଯୋଗପତ୍ର ଶ୍ରମ ଆୟୁକ୍ତଙ୍କୁ ଭେଟି ପ୍ରଦାନ କରିବାକୁ ଯାଇଥିବା ବେଳେ ତାଙ୍କ ଅନୁପସ୍ଥିତିରେ ରାଜ୍ୟ ମୁଖ୍ୟ ଶ୍ରମ କାର୍ଯ୍ୟାଳୟର ଡିଏଲସି ବିଘ୍ନଜିତ ମହାପାତ୍ରଙ୍କୁ ଭେଟି ଶ୍ରୀ ତ୍ରିପାଠୀ ଦାବିପତ୍ର ପ୍ରଦାନ କରି ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଡିଏଲସି ଶ୍ରମ ଆୟୁକ୍ତଙ୍କୁ ଏ ସଂକ୍ରାନ୍ତରେ ଅବଗତ କରି ପ୍ରତିକାର ବ୍ୟବସ୍ଥା କରିବେ ବୋଲି ଶ୍ରୀ ତ୍ରିପାଠୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସେହି ଅଭିଯୋଗପତ୍ରରେ ଉଲ୍ଲେଖ ରହିଛିି ଯେ, ଶ୍ରମିକମାନଙ୍କ ପିଲାମାନଙ୍କୁ ଶିକ୍ଷା ସହାୟତା ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ବ୍ୟବସ୍ଥା ଥିଲେ ମଧ୍ୟ ସେମାନଙ୍କୁ ତାହା ମିଳୁନାହିଁ । ସେହିପରି କୌଣସି ଶ୍ରମିକ କାର୍ଯ୍ୟରତ ଥିବା ବେଳେ ମୃତୁ୍ୟ ଘଟିଲେ ସେମାନଙ୍କ ପରିବାରକୁ କ୍ଷତିପୁରଣ ମିଳିବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ତାହା ନିର୍ଦ୍ଧାରିତ ସମୟରେ ମିଳୁନାହିଁ । ଶ୍ରମିକଙ୍କ ପାଇଁ ରହିଥିବା ଯୋଜନା ଗୁଡିକ ପାଇଁ ଆବେଦନପତ୍ର ଶ୍ରମ କାର୍ଯ୍ୟାଳୟରେ ଦୀର୍ଘ ଦିନ ପଡିରହିିବା ପରେ ଶ୍ରମିକଙ୍କୁ ୬୦ ବର୍ଷ ପୁରିଗଲେ ସେମାନେ ନିଜ ହକରୁ ବଂଚିିତ ହେଉଛନ୍ତି । ଯୋଜନାବଦ୍ଧ ଭାବେ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି । ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ଏ ସଂକ୍ରାନ୍ତୀୟ ନଥିପତ୍ର ବାରମ୍ବାର ହଜି ଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଶ୍ରମିକ ନେତାମାନଙ୍କୁ ଶ୍ରମ କାର୍ଯ୍ୟାଳୟରେ ସୌଜନ୍ୟମୂଳକ ବ୍ୟବହାର ମିଳୁନାହିଁ ବୋଲି ଶ୍ରୀ ତ୍ରିପାଠୀ ଶ୍ରମ ବିଭାଗ ଡିଏଲସିଙ୍କୁ ପ୍ରଦାନ କରିଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ତ୍ରିପାଠୀଙ୍କ ସହ କାମିନୀ ମିଶ୍ର, ପ୍ରଦୀପ ସାମଲ, ମନୋଜ ପରିଡ଼ା, ସୁବାସ ସ୍ୱାଇଁ ପ୍ରମୁଖ ଏହି ପ୍ରତିନିଧିଦଳରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *