ରଘୁନାଥପୁର, ୨୪/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକର ଜିଲ୍ଲା ପରିଷଦ ଜୋନ ୨ର ବିଜେପି ପ୍ରାର୍ଥୀ ଲିପିକା ମଲ୍ଲିକ ବିଦ୍ୟାଧରପୁର ପଂଚାୟତ ଓ ଛପଡା ପଂଚାୟତର ପ୍ରତ୍ୟେକ ୱାର୍ଡକୁ ଯାଇ ଘରଘର ବୁଲି ଲୋକମାନଙ୍କୁ ଭେଟି ଭୋଟ ଭିକ୍ଷା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନକଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ଏଥିରେ ବିଜେପି ନେତା ପ୍ରଭଂଜନ ମଲ୍ଲିକ, ସୁଶାନ୍ତ ମହାନ୍ତି, ସଚ୍ଚିକାନ୍ତ ବାରିକ, ଅଶୋକ ନାୟକ, ଦିବାକର ସାହୁ, ମାଳବିକା ମଲ୍ଲିକ, କବିତା ମଲ୍ଲିକ, ସୋନାଲ ମଲ୍ଲିକ ପ୍ରମୁଖ ବିଜେପି ପ୍ରାର୍ଥୀଙ୍କ ସହିତ ଘରଘର ବୁଲି ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ । ଓଡ଼ିଶା ସମାଚାର
