Sunday , May 22 2022
Breaking News
Home / ନିର୍ବାଚନ / ପଂଚାୟତରେ ଏକାଧିକ ପ୍ରାର୍ଥି, ପ୍ରତ୍ୟାହାର ପାଇଁ ନେତାଙ୍କ ପ୍ରୟାସ ଜାରି

ପଂଚାୟତରେ ଏକାଧିକ ପ୍ରାର୍ଥି, ପ୍ରତ୍ୟାହାର ପାଇଁ ନେତାଙ୍କ ପ୍ରୟାସ ଜାରି

ଗରଦପୁର, ୨୪/୧/୨୦୨୨ (ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ୍ ରେ ୧୮ ଟି ପଂଚାୟତ ରହିଛି । ୧୮ ଟି ପଂଚାୟତରେ ସରପଂଚ, ସମିତି ସଭ୍ୟ ଓ ୱାର୍ଡ଼ ମେମ୍ବର ପାଇଁ ପ୍ରତି ପଦବି ରେ ବହୁ ସଂଖ୍ୟକ ପ୍ରାର୍ଥି ନାମାଙ୍କନ ଦାଖଲ କରିଛନ୍ତି ।  ୱାର୍ଡ଼ ମେମ୍ବର ପାଇଁ ମୋଟ ୬୧୭ ଜଣ ନାମାଙ୍କନ ଦାଖଲ କରିଥିବାବେଳେ ସମିତି ସଭ୍ୟ ପାଇଁ ୭୫ ଜଣ ଓ ସରପଂଚ ପଦବୀ ପାଇଁ ୧୦୨ ଜଣ ନାମାଙ୍କନ ଦାଖଲ କରିଛନ୍ତି । ବିଶେଷ କରି ସରପଂଚ ପଦବୀ ପାଇଁ ପ୍ରତ୍ୟେକ ପଂଚାୟତରେ ଏକାଧିକ ପ୍ରାର୍ଥି ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆସନ୍ତା କାଲି ପ୍ରାର୍ଥି ପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ସେଥିପାଇଁ ପ୍ରାର୍ଥି ମାନଙ୍କୁ ମନାଇ ପ୍ରାର୍ଥି ପତ୍ର ପ୍ରତ୍ୟାହାର କରିବା ପାଇଁ ଦଳିୟ ସ୍ତରରେ ନେତା ମାନେ ପ୍ରୟାସଜାରି ରଖିଛନ୍ତି । ଏପରିକି ରାମଚନ୍ଦ୍ରପୁର ପଂଚାୟତରେ ମାତ୍ର ୧୧ ଟି ୱାର୍ଡ଼ ରହିଛି । କିନ୍ତୁ ରାମଚନ୍ଦ୍ରପୁର ପଂଚାୟତରୁ ୧୨ ଜଣ ସରପଂଚ ପଦବୀ ପାଇଁ ବିଭିନ୍ନ ଦଳ ସମର୍ଥନରେ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି । ସେହିପରି ତଳକୁସୁମା ପଂଚାୟତରେ ୬ ଜଣ ସରପଂଚ ପଦବୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ସ୍ୱାମୀ ଓ ସ୍ତ୍ରୀ ମଧ୍ୟ ଉଭୟେ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି । ଏହି ପଂଚାୟତରେ ବିଜେପି ସମର୍ଥନରେ ଦୁଇଜଣ ସରପଂଚ ପଦବୀ ପାଇଁ ପ୍ରାର୍ଥି ଥିବାବେଳେ ବିଜେଡ଼ି ସମର୍ଥନରେ ୩ ଜଣ ପ୍ରାର୍ଥି  ଓ ଅନ୍ୟଜଣେ ସ୍ୱାଧିନ ପ୍ରାର୍ଥି ଭାବରେ ନିର୍ବାଚନ ଲଢ଼ୁଛନ୍ତି । ଅଧିକନ୍ତୁ  ବଡ଼ବେତ୍ରା, ତେଣ୍ଡାକୁଡ଼ା, ସାନ ଅଢ଼ଙ୍ଗାପଂଚାୟତରେ ୭ ଜଣ ଲେଖା ସରପଂଚ ପ୍ରାର୍ଥି ଅଛନ୍ତି । ବଙ୍ଗାଳପୁର ରେ ୮, ବନ୍ତଳା, ମଧୁଶାସନ , ତିକନପୁର ଓ ବେଡ଼ାରୀ ପଂଚାୟତରେ  ୬ ଜଣ ଲେକା ସରପଂଚ ପାଇଁ ପ୍ରାର୍ଥି ପତ୍ର ଦାଖଲ କରିଛନ୍ତି । ବନ୍ତଳା, ରାମଚନ୍ଦ୍ରପୁର ରେ ବିଜେପି ସମଥଁôତ ପ୍ରାର୍ଥି ଏକାଧିକ ରହିଛନ୍ତି । କିନ୍ତୁ ବ୍ଲକ୍ ର ପ୍ରାୟ ସମସ୍ତ ପଂଚାୟତରେ ବିଜେଡ଼ି ଦଳ ସମଥଁତ ପ୍ରାର୍ଥି ଙ୍କ ସଂଖ୍ୟା ଏକାଧିକ ରହିଛି , ଯାହା ବିଜେଡ଼ି ନେତା ଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କେତେକ ପଂଚାୟତରେ ବିଦ୍ରୋହୀ ପ୍ରାର୍ଥି ମାନଙ୍କୁ ମନାଇ ଆସନ୍ତା କାଲି ପ୍ରାର୍ଥି ପତ୍ର ପ୍ରତ୍ୟାହାର କରିବା ପାଇଁ ବିଜେଡ଼ି ଦଳ ତରଫରୁ ପ୍ରୟାସ ଜାରି ରହିଥିବା ଜଣାପଡ଼ିଛି ।  ଓଡ଼ିଶା ସମାଚାର

About admin

Check Also

ସି. ପି. ଆଇ. ଜିଲ୍ଲା ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୧୬/୦୫/୨୦୨୨( ଓଡ଼ିଶା ସମାଚାର )-ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସି .ପି. ଆଇ.)ର ପରିବର୍ଦ୍ଧିତ ବୈଠକ ସାଥି ସୋହାନା ବେଗମଙ୍କ …

Leave a Reply

Your email address will not be published. Required fields are marked *