ଜଗତସିଂହପୁର,୨୪/୧/୨୦୨୨ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରପୁର ଗ୍ରାମର ରାମ ମନ୍ଦିର ପ୍ରାଙ୍ଗଣ ପଡିଆରେ ତାରପୁର ପ୍ରିମିୟର ଲିଗ ସିଜିନ୍ – ଏକ ୩ ଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି କ୍ରିକେଟ ଟୁର୍ନାମେଣ୍ଟ ରେ ମୋଟ୍ ୮ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ । କୃଷ୍ଣାନନ୍ଦପୁର ର ମୁନ୍ ଲାଇଟ କ୍ରିକେଟ ଟିମ ଓ ବିଶୁନପୁର କ୍ରିକେଟ ଟିମ ମଧ୍ୟରେ ଫାଇନାଲ ଖେଳ ହୋଇଥିଲା । ଏଥିରେ କୃଷ୍ଣାନନ୍ଦପୁର ର ମୁନ୍ ଲାଇଟ କ୍ରିକେଟ ଟିମ ବିଜୟୀ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ଜଗତସିଂହପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ-ଅନ୍ତର୍ୟ୍ୟାମୀ ରାଉତ ,ଯୁବ ସମାଜସେବୀ -ମଧୁସୂଦନ ସାହୁ ,ତାରପୁର ପଂଚାୟତର ସରପଞ୍ଚ ପ୍ରାର୍ଥୀନୀ ସୁଷମା ମଲ୍ଲିକ ,ପଞ୍ଚାୟତ ବିଜେଡି ସଭାପତି ଚନ୍ଦ୍ରଶେଖର ସିଂ ,ପ୍ରଭାକର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଭୟ ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ । ଆୟୋଜକ ମା ନାରାୟଣୀ କ୍ରିକେଟ ଟିମ୍ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସମସ୍ତ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର