Wednesday , May 18 2022
Breaking News
Home / ସ୍ୱାସ୍ଥ୍ୟ / ଓଡ଼ିଶା ରେ ଆଉ ୭୨୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ, ୯୫୪ଜଣ ଶିଶୁ ସଂକ୍ରମିତ – ୫ଜଣ ଙ୍କ ମୃତ୍ୟୁ

ଓଡ଼ିଶା ରେ ଆଉ ୭୨୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ, ୯୫୪ଜଣ ଶିଶୁ ସଂକ୍ରମିତ – ୫ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୪/୧/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୭୨୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨୨୬ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୩୦୬୫ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୫୪ଜଣ ଶିଶୁ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୮୩ଜଣ, ବାଲେଶ୍ୱର ଜିଲ୍ଲାରୁ ୩୪୩ଜଣ, ବରଗଡ଼ ଜିଲ୍ଲାରୁ ୧୩୦ଜଣ, ଭଦ୍ରକ ଜିଲ୍ଲାରୁ ୯୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୧୮ଜଣ, ବୌଦ୍ଧ ଜିଲ୍ଲାରୁ ୫୫ଜଣ, କଟକ ଜିଲ୍ଲାରୁ ୫୬୧ଜଣ, ଦେଓଗଡ଼ ଜିଲ୍ଲାରୁ ୬୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୯୬ଜଣ, ଗଜପତି ଜିଲ୍ଲାରୁ ୯୫ଜଣ, ଗଞ୍ଜାମ ଜିଲ୍ଲାରୁ ୫୦ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୧ଜଣ, ଯାଜପୁର ଜିଲ୍ଲାରୁ ୨୦୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୩ଜଣ, କଳାହାଣ୍ଡି ଜିଲ୍ଲାରୁ ୧୭୩ଜଣ, କନ୍ଧମାଳ ଜିଲ୍ଲାରୁ ୯୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୯ଜଣ, କେନ୍ଦୁଝର ଜିଲ୍ଲାରୁ ୧୩୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୭୦୫ଜଣ, କୋରାପୁଟ ଜିଲ୍ଲାରୁ ୧୧୧ଜଣ, ମାଲକାନଗିରି ଜିଲ୍ଲାରୁ ୫୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୨୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୪୮ଜଣ, ନୟାଗଡ଼ ଜିଲ୍ଲାରୁ ୧୯୨ଜଣ, ନୂଆପଡ଼ା ଜିଲ୍ଲାରୁ ୧୬୦ଜଣ, ପୁରୀ ଜିଲ୍ଲାରୁ ୧୧୬ଜଣ, ରାୟଗଡ଼ା ଜିଲ୍ଲାରୁ ୨୯୫ଜଣ, ସମ୍ବଲପୁର ଜିଲ୍ଲାରୁ ୧୭୬ଜଣ, ସୋନପୁର ଜିଲ୍ଲାରୁ ୨୮୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୪୬ଜଣ, ଷ୍ଟେଟ ପୁଲ୍ ରୁ ୩୬୫ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୧୯୫୧ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫ ଜଣ କରୋନା ସଂକ୍ରମିତଙ୍କ କରୋନାରେ ମୃତ୍ୟୁ ହୋଇଛି । ବାଲେଶ୍ୱର, ଖୋର୍ଦ୍ଧା, କଟକ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ରେକର୍ଡ଼ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୧୧୯୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୨୧୬୦୮ଜଣ ସୁସ୍ଥ ହୋଇଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୨୫ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୮୧୭୬୫ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୨୭୧୯୩୮୫୮ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

୪ ଶିଶୁ ଙ୍କ ସମେତ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )-ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୪ ଜଣ କରୋନା ସଂକ୍ରମିତ …

Leave a Reply

Your email address will not be published. Required fields are marked *