Tuesday , August 16 2022
Breaking News
Home / ବିଶେଷ / ଓଡ଼ିଆ ଭାଷା ସାହତ୍ୟ ମଂଚ ବୈଠକ

ଓଡ଼ିଆ ଭାଷା ସାହତ୍ୟ ମଂଚ ବୈଠକ

ଗରଦପୁର, ୨୪/୧/୨୦୨୨ (ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ୍ ନିକଟସ୍ଥ ଶ୍ରୀ ବଳଦେବ ଜୀଉ ମନ୍ଦିର ପରିସରରେ ଶ୍ରୀ ବଳଦେବ ଜୀଉ ଓଡ଼ିଆ ଭାଷା ସାହିତ୍ୟ ମଂଚ ର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଦ୍ୱାରିକାନାଥ ସେନାପତି ସଭାପତିତ୍ୱ କରିଥିବାବେଳେ ସମ୍ମାନୀୟ ଅତିଥି ଭାବେ ଡ଼ ହରିହର କାନୁନଗୋ, ଡ଼ ପିତାମ୍ବର ରାଉତ,ଡ଼ ବଳରାମ ଲେଙ୍କା, ଡ଼ ରବିନାରାୟଣ ବେହେରା ଓ ବାବା ରମାକାନ୍ତ ଦାସ ପ୍ରମୁଖ ଯୋଗଦେଇ ତ୍ୟାଗହିଁ ସାହିତ୍ୟ ସଂସ୍କୃତିର ମୂଳ ମନ୍ତ୍ର ଓ ପ୍ରଭୁ ଶ୍ରୀ ଜଗନ୍ନାଥ ଭାଇ ଚାରା ର ଦେବତା ବୋଲି ମତ ବ୍ୟକ୍ତ କରିଥିଲେ । ସମ୍ପାଦକ ଦୂର୍ଯେ୍ୟାଧନ ମହାନ୍ତି ବିବରଣୀ ପାଠ କରିଥିବାବେଳେ ସୁବାସ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦେବେନ୍ଦ୍ର ନାଥ କର, ରତ୍ନାକର ବେହେରା, ଅସିତ ଦାସ, ବିଷ୍ଣୁପ୍ରିୟା ପତି , ଅରୁଣ କୁମାର ପଣ୍ଡା , ଶିଶିର କୁମାର ପରିଡ଼ା ଯୋଗଦେଇ କବିତା ଆବୃତି କରିଥିବାବେଳେ ଗଗନ ବିହାରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.