ରଘୁନାଥପୁର, ୨୪/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ଛପଡା ପଂଚାୟତର ଜଇପୁର ଛକରେ ଏକ ନୂତନ ଗୃହରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଶାଖାକୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ମୋହନ ଏମ୍ ଉଦଘାଟନ କରି ଏହି ବ୍ୟାଙ୍କରେ ଲୋକମାନେ ସେମାନଙ୍କର ଜମା ରଖିବା ସହିତ ବିଭିନ୍ନ ପ୍ରକଳ୍ପ ନିମନ୍ତେ ଋଣ ନେଇ ଠିକ ସମୟରେ ଋଣ ପରିଶୋଧ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଅବ୍ଦୁଲ ହାଏ ଯୋଗଦେଇ ମହିଳା ଗୋଷ୍ଠୀ ମାନେ ଏହି ବ୍ୟାଙ୍କରୁ ଋଣ ନେଇ ବ୍ୟବସାୟ କରି ବ୍ୟାଙ୍କକୁ ଋଣ ସୁଝିବା ସହିତ ଆତ୍ମନିର୍ଭରଶୀଳ ହେବାକୁ ପରାର୍ମଶ ଦେଇଥିଲେ । ଏଥିରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଆଂଚଳିକ ପ୍ରବନ୍ଧକ ଜତିନ୍ଦ୍ର ନାଥ ଷଡଙ୍ଗୀ ଯୋଗଦେଇ ଏହି ବ୍ୟାଙ୍କ ଏହି ଅଂଚଳର ଲୋକମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେଉଅଛି ବୋଲି କହିଥିଲେ । ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଜଇପୁର ଶାଖାର ପ୍ରବନ୍ଧକ ପୂର୍ଣ୍ଣିମା ପ୍ରିୟଦର୍ଶନୀ, ସୂଚନା ବୈଷୟିକ ଅଧିକାରୀ ଅମରେଶ କୁମାର, ସହ ପ୍ରବନ୍ଧକ ଜିତେନ୍ଦ୍ର ସ୍ୱାଇଁ, ଜ୍ୟୋତିମର୍ୟୀ ବେହେରା, ଜି ଆଶିଷ ପାତ୍ରୋ, ସୁବାଷ ମହାପାତ୍ର, ଚନ୍ଦନ ସେଠୀ, ବିଭିରଂଜନ ସ୍ୱାଇଁ, ମନୋରଂଜନ ଦାସ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର