ମାର୍ଶାଘାଇ , ୨୩/୧/୨୦୨୨ (ଓଡ଼ିଶା ସମାଚାର)- ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ଆଖୁଆ ଦକ୍ଷିଣୀ ଗ୍ରାମର ରମେଶ ରାଉତ ଙ୍କ ସ୍ତ୍ରୀ ମାନସୀ ରାଉତ (୩୫) ଗତ ଏକ ବର୍ଷ ଧରି କ୍ୟାନସର ରୋଗରେ ପିଡ଼ିତ ଅଛନ୍ତି । ରମେଶ ଜଣେ ଅସହାୟ ଗରୀବ ଲୋକ । ଚାଳ ଛପର ଘରେ ରମେଶ ଓ ତାଙ୍କ ପତ୍ନୀ ଙ୍କ ସହିତ ଏକ ୧୦ ବର୍ଷର ଝିଅ ଓ ୫ ବର୍ଷର ଶିଶୁ ପୁତ୍ରକୁ ନେଇ ତାଙ୍କ ସଂସାର । ମୂଲ ମଜୁରୀ ଲାଗି ରମେଶ ପରିବାର ପ୍ରତିପୋଷଣ କରୁଛନ୍ତି । ହେଲେ ଗତ ବର୍ଷେ ହେବ ତାଙ୍କ ପତ୍ନୀ ମାନସୀ କ୍ୟାନସର ପିଡ଼ିତ ହେବାରୁ ତାଙ୍କ ଚିକିତ୍ସା ପାଇଁ ଅଥି ବାଧକ ସାଜିଛି । କଟକ ର ବିଭିନ୍ନ ମେଡ଼ିକାଲ ରେ ଚିକିତ୍ସା କରାଇଥିଲେ ମଧ୍ୟ ରୋଗ ଉପସମ ହେଉନାହିଁ । ଏବେ କଟକ ର ଏକ ଘରୋଇ ମେଡ଼ିକାଲ ରେ ୨୦୪ ନମ୍ବର ବେଡ଼ ରେ ଚିକିତ୍ସାଧିନ ଅଛନ୍ତି । ତାଙ୍କ ଅପରେସନ୍ ପାଇଁ ଅଥିର ବିଶେଷ ଆବଶ୍ୟକତା ଅଛି । ଏଭଳି ସ୍ଥିତିରେ କୌଣସି ବଦାନ୍ୟ ବ୍ୟକ୍ତି, ସରକାରୀ ଓ ବେସରକାରୀ ଅନୁଷ୍ଠାନ ତାଙ୍କୁ ଆର୍ଥିକ ସହାୟତା କରିବା ପାଇଁ ତାଙ୍କ ଆକାଉଂଟ ନମ୍ବର ୩୧୯୯୮୭୧୮୯୭୯, ଆଇଏଫଏସସି କୋଡ଼ ନଂ- ଏସବିଆଇଏନ୦୦୦୮୦୯୮, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବନ୍ଧକଟା ଶାଖା ରେ ଆର୍ଥିକ ସହାୟତା ପଠାଇବାକୁ ସେ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର
