କେନ୍ଦ୍ରାପଡ଼ା, ୨୩/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମର ଜଗବନ୍ଧୁ ପଣ୍ଡାଙ୍କର ୮୩ବର୍ଷ ବୟସରେ ପରଲୋକ ହୋଇଯାଇଛିି । ରାଜ୍ୟ ମୃତିକା ସଂରକ୍ଷଣ ବିଭାଗରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିଥିଲେ । କଂସାର ସାହସପୁର ରାମ ମନ୍ଦିର ପରିଚାଳନା କମିଟିର ସେ ସଭାପତି ଥିଲେ । ସେ ଜଣେ ମେଳାପି, ମିଷ୍ଟଭାଷୀ, ପରୋପକାରୀ ଓ ନ୍ୟାୟବନ୍ତ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସାରା ପଂଚାୟତରେ ଶୋକର ଛାୟା ଖେଲିଯାଇଛି । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଟପୁତ୍ର ଡାକ୍ତର ମନୋଜ ପଣ୍ଡା ମୁଖାଗ୍ନି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁତ୍ର ଦିଲ୍ଲିପ ପଣ୍ଡା, ରବିନ୍ଦ୍ର ପଣ୍ଡା, ନଳିନୀକାନ୍ତ ପଣ୍ଡା, ସୁରେନ୍ଦ୍ର ପଣ୍ଡା,ସମାଜସେବୀ ନିରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
