ଗରଦପୁର, ୨୩/୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତ ମହମ୍ମୁଦା ଗ୍ରାମର ହେମଲତା-ନଟବର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ନିକଟସ୍ଥ ବିଭିନ୍ନ ଗ୍ରାମରେ ଥିବା ଭିନ୍ନକ୍ଷମ, ଦୁଃସ୍ଥ, ଅସହାୟ ଓ କେତେକ ମାନସିକ ବିକୃତ ବ୍ୟକ୍ତିମାନଙ୍କୁ ଗତକାଲି ଶୀତବସ୍ତ୍ର ବଂଟନ କରାଯାଇଛି । ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସଭାପତି ଅନାଦୀ ଚରଣ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ନବୀନ ଚନ୍ଦ୍ର ବେହେରାଙ୍କ ସମେତ ଟ୍ରଷ୍ଟର ସହଯୋଗୀ ସଦସ୍ୟମାନେ ପଦ୍ମପୁର ଗ୍ରାମର ଚକ୍ଷୁ ହୀନ ଦାସିଆ ସାହୁ, ପକ୍ଷାଘାତରେ ପିଡୀତ ନରେଶ ସାହୁ, ଅସହାୟ ଅବସ୍ଥାରେ ରହିଥିବା ଅକ୍ଷୟ ବାରିକ୍, ଗଙ୍ଗାଧର ମହାନ୍ତି,ପଂଚୁ ବାରିକ୍ ତାଳସଙ୍ଗା ଗ୍ରାମର ଶଯ୍ୟା ଶାୟୀ ଥିବା ରବିନ୍ଦ୍ର କୁମାର ପରିଡା, ମାତାଜୀ ବେହେରା, ବେଡାରୀ ଗ୍ରାମର ମାଧ ବେହେରା,ଅଶୋକ ବେହେରା ଓ ମହମ୍ମୁଦା ଗ୍ରାମର ମାନସିକ ବିକୃତ ଥିବା ଦୁଷ୍ମନ୍ତ ସ୍ୱାଇଁଙ୍କୁ ଶୀତବସ୍ତ୍ର ବଂଟନ କରିଛନ୍ତି । ଟ୍ରଷ୍ଟର ସଦସ୍ୟମାନେ ବିଭିନ୍ନ ଗ୍ରାମକୁ ଯାଇ ଅସହାୟମାନଙ୍କୁ ଏହି ଶୀତବସ୍ତ୍ର ବଂଟନ କରିଥିଲେ । ଟ୍ରଷ୍ଟର ସମ୍ପାଦିକା ସନ୍ଧ୍ୟାରାଣୀ ଜେନା ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ବିଭିନ୍ନ ସେବା କାର୍ୟ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଓଡ଼ିଶା ସମାଚାର