Sunday , May 22 2022
Breaking News
Home / ନିର୍ବାଚନ / ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଶେଷ ଦିନରେ ୮୯ ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରାର୍ଥୀପତ୍ର ଦାଖଲ

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଶେଷ ଦିନରେ ୮୯ ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରାର୍ଥୀପତ୍ର ଦାଖଲ

କେନ୍ଦ୍ରାପଡା, ୨୩/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସରେ ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକର ୮୯ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ସଭ୍ୟ ପଦ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଓ ସ୍ୱାଧୀନ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ସେଥି ମଧ୍ୟରୁ ଜିଲା୍ଲର ଆଳି ବ୍ଲକର ୬ଜଣ, ଡେରାବିଶ ବ୍ଲକର ୧୦ଜଣ, ରାଜକନିକା ବ୍ଲକର ୫ଜଣ, ମାର୍ଶାଘାଇ ବ୍ଲକର ୧୧ଜଣ, ମହାକାଳପଡା ବ୍ଲକର ୧୩ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୧୧ଜଣ, ରାଜନଗର ବ୍ଲକର ୯ଜଣ ଏବଂ କେନ୍ଦ୍ରାପଡା ବ୍ଲକର ୧୨ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ସଭ୍ୟ ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କେନ୍ଦ୍ରାପଡା ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ନିରଞ୍ଜନ ବେହେରାଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଭିନ୍ନ ଦଳର ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି ବିଜେଡି ଦଳରୁ କେନ୍ଦ୍ରାପଡା ବ୍ଲକର ୮ନମ୍ବର ଜୋନରୁ ପ୍ରାର୍ଥୀ ରଶ୍ମିରଞ୍ଜନ ରାଉତ ଓ ୫ନମ୍ବର ଜୋନରୁ ଲଳିତା ଦାସ, ପଟ୍ଟାମୁଣ୍ଡାଇ ବ୍ଲକର ୧୫ନମ୍ବର ଜୋନରୁ ପ୍ରିୟଦର୍ଶିନୀ ତରାଇ, ମାର୍ଶାଘାଇ ବ୍ଲକର ୨୪ନମ୍ବର ଜୋନରୁ ପ୍ରମୋଦ କୁମାର ରଥ, ରାଜନଗର ବ୍ଲକର ୩୦ନମ୍ବର ଜୋନରୁ ସୁରେନ୍ଦ୍ର ପ୍ରସାଦ ରାଉତ, ଡେରାବିଶ ବ୍ଲକର ୧୨ ନମ୍ବର ଜୋନରୁ ଧନେଶ୍ୱର ସେଠୀ, ରାଜନଗର ବ୍ଲକର ୩୧ନମ୍ବର ଜୋନରୁ ଅଶୋକ କୁମାର ପ୍ରତିହାରୀ, ପଟ୍ଟାମୁଣ୍ଡାଇ ବ୍ଲକର ୧୮ନମ୍ବର ଜୋନରୁ ରଶ୍ମୀ ମଲିକ, ରାଜକନିକା ବ୍ଲକର ୨୭ନମ୍ବର ଜୋନରୁ ପ୍ରବିଣ ଦାସ, ରାଜନଗର ବ୍ଲକର ୩୨ନମ୍ବର ଜୋନରୁ କୁକୁମିନା କୁଅଁର, ମହାକାଳପଡା ବ୍ଲକର ୨୩ନମ୍ବର ଜୋନରୁ ମୃତୁ୍ୟଞ୍ଜୟ ମଣ୍ଡଳ ପ୍ରମୁଖ ଅଛନ୍ତି । ସେହିଭଳି କଂଗ୍ରେସ ଦଳ ପକ୍ଷରୁ କେନ୍ଦ୍ରାପଡା ବ୍ଲକର ୫, ମହାକାଳପଡା ବ୍ଲକର ୧୯, ୨୦, ୨୧, ୨୨,୨୩, ମାର୍ଶାଘାଇ ବ୍ଲକର ୨୪,୨୫,୨୬, ପଟ୍ଟାମୁଣ୍ଡାଇ ବ୍ଲକର ୧୬, ୧୭ ଓ ୧୮, ରାଜନଗର ବ୍ଲକର ୩୨,କେନ୍ଦ୍ରାପଡା ବ୍ଲକର ୭,ଡେରାବିଶ ବ୍ଲକର ୧୨, ୧୩,୧୪,  ଗରଦପୁର ବ୍ଲକର ୯, ୧୦ ଓ ୧୧ରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ ମହାକାଳପଡା ୧୯,୨୧, ୨୨,୨୩,  ମାର୍ଶାଘାଇ ୨୪, ୨୫,୨୬, ଗରଦପୁର ୯,୧୧, କେନ୍ଦ୍ରାପଡା ୫, ୬, ୮, ପଟ୍ଟାମୁଣ୍ଡାଇ ୧୭, ଆଳି ୧, ୨, ୩, ୪, ରାଜକନିକା ୨୭, ୨୮,୨୯, ରାଜନଗର ୩୦, ୩୧, ଗରଦପୁର ୧୦, ଡେରାବିଶ ୧୨, ୧୩, ୧୪ରେ, ଆପ ପାର୍ଟି ପକ୍ଷରୁ ପଟ୍ଟାମୁଣ୍ଡାଇ ୧୭ ଓ ମହାକାଳପଡା ୨୩ରେ, ଓଡିଶା ଜନତା ପାର୍ଟି ପକ୍ଷରୁ ମହାକାଳପଡା ୨୦, କେନ୍ଦ୍ରାପଡା ୮ରେ, ବିଏସପି ପକ୍ଷରୁ ଆଳି ୪, ଡେରାବିଶ ୧୪ ଏବଂ ରାଜନଗର ୩୧ରେ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ କେନ୍ଦ୍ରାପଡା ୬ ରୁ ୨ଜଣ, ୮ର ୨ଜଣ, ପଟ୍ଟାମୁଣ୍ଡାଇ ୧୫, ଗରଦପୁର ୯, ୧୦ରୁ ୫ଜଣ, , ରାଜକନିକା ୨୭, ପଟ୍ଟାମୁଣ୍ଡାଇ ୧୭, ମାର୍ଶାଘାଇ ୨୪, ୨୫, ୨୬ରୁ ୨ଜଣ, ରାଜନଗର ୩୦,୩୧, ଡେରାବିଶ ୧୪, ଡେରାବିଶ ୧୨, ଆଳି ୨ ଓ ମହାକାଳପଡା ୨୩ରୁ ଜଣେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ପ୍ରମୁଖ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ମାର୍ଶାଘାଇ ବ୍ଲକର ୨୪ନମ୍ବର ଜୋନରୁ ବରିଷ୍ଠ ବିଜେପି ନେତା ମାଧବ ଚରଣ ନାୟକ ଓ ୨୬ରୁ ଅସନ୍ତୁଷ୍ଟ ବିଜେପି ଦଳର ନେତ୍ରୀ ଉଷାରାଣୀ ମିଶ୍ର କେନ୍ଦ୍ରାପଡା ୬ରୁ ଭକ୍ତିମୟୀ କର ଏବଂ ଗରଦପୁର ୧୦ନମ୍ବର ଜୋନରୁ ବିଜେପିର ଜିଲ୍ଲା ପରିଷଦ ସଭ୍ୟ ଥିବା ସନ୍ତୋଷ କୁମାର ଜେନା ପ୍ରମୁଖ ଅଛନ୍ତି ।  ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *