ଜୟପୁର, ୨୩/୧/୨୦୨୨ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଜୟପୁର ସହରରେ ଥିବା ପ୍ରଥମ ଦୈନିକ ପରିବା ମାର୍କେଟରେ ଭୋର୍ ୪ଟା ବେଳେ ନିଆଁ ଲାଗି ବହୁ ଦୋକାନ ଘର ଜଳିଯାଇଛି। ସମ୍ଭବତ ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହି ଦୈନିକ ପରିବା ମାର୍କେଟରେ ୧୨୦ଟି ଦୋକାନ ଘର ଅଛି। ମାର୍କେଟର ମଝି ଅଞ୍ଚଳରେ ପ୍ରଥମେ ନିଆଁ ଲାଗି ଏହା ଚାରିଆଡ଼କୁ ବ୍ୟାପିଯାଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ ବି ସେତେବେଳକୁ ବହୁ ଦୋକାନ ଘର ଜଳିଯାଇସାରିଥିଲା। ଏହି ଅଗ୍ନିକାଣ୍ଡରେ ୬୦ ରୁ ଅଧିକ ଦୋକାନ ପୋଡ଼ିଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାଯାଇଛି।ତହସିଲଦାର, ଉପଜିଲାପାଳ , ପୋଲିସ୍ ଓ ମୁ୍ୟନିସିପାଲିଟି ଅଧିକାରୀ ପହଂଚିଛନ୍ତି । ତହସିଲ ଓ ମ୍ୟୁନିସିପାଲିଟି ପକ୍ଷରୁ ମିଳିତ ତଦନ୍ତ କରାଯାଇ କ୍ଷୟକ୍ଷତିର ଆକଳନ କରାଯାଉଛି । ବର୍ତମାନ ସୁଦ୍ଧା ୪୦ ରୁ ଅଧିକ ଦୋକାନ ଘରର ତଦନ୍ତ ସରିସାରିଲାଣି । । ଖବୁବ୍ ଶୀଘ୍ର ପିଣ୍ଡି ଗୁଡ଼ିକର ମରାମତି କରାଯାଇ ମାର୍କେଟ କାର୍ଯ୍ୟ କରିବ ବୋଲି ପ୍ରଶାସନିକ ଅଧିକାରୀମାନେ ସୂଚନା ଦେଇଛନ୍ତି । ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଜିନିଷ ପୋଡ଼ି ନଷ୍ଟ ହୋଇଥିବାର ପ୍ରାରମ୍ଭିକ ଆକଳନ କରାଯାଇଛି। ଓଡ଼ିଶା ସମାଚାର