Wednesday , May 18 2022
Breaking News
Home / ଶିକ୍ଷା / କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ପରାକ୍ରମ ଦିବସ ପାଳିତ

କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ପରାକ୍ରମ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୩/୧/୨୦୨୨ (ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ବାଳକ ବିଭାଗ ଆନୁକୂଲ୍ୟରେ ପରାକ୍ରମ ଦିବସ ତଥା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ମଧୁସୁଦନ କାମିଲା ଏହି ଅବସରରେ ଅନୁଷ୍ଠିତ  ଆଭାଷୀ (ୱେବିନାର)ରେ ସଭାପତିତ୍ୱ କରି ପରାକ୍ରମ ଦିବସ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ । ଜାତୀୟ ସେବା ଯୋଜନାର ଜିଲ୍ଲା ଅଧିକାରିଣୀ ଡଃ. ପଦ୍ମଜାକବି ଶତପଥୀ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ନିକୁଞ୍ଜ ବିହାରୀ ପୃଷ୍ଟି ଯୋଗଦେଇ ଉତ୍କଳର ବରପୁତ୍ର ଅମର ସନ୍ତାନ ନେତାଜୀଙ୍କ ଜୀବନୀ, କାର୍ଯ୍ୟକଳାପ ଏବଂ ଭାରତର ସ୍ୱାଧୀନତାରେ ତାଙ୍କର ଅବଦାନ ଏବଂ ଭାରତ ସରକାରଙ୍କ ତାଙ୍କ ପ୍ରତି ସମ୍ମାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟାପକ ଶିଶିରକାନ୍ତ ମହାପାତ୍ର, ପ୍ରାଧ୍ୟାପକ ଅଜୟ କୁମାର ଦାଶ, ଡଃ. ମନୋରଞ୍ଜନ ରାଉତ, ଆଦ୍ୟାରଶ୍ମୀ ମହାପାତ୍ରଙ୍କ ସମେତ ସମସ୍ତ ସ୍ୱେଛାସେବୀମାନେ ଉପସ୍ଥିତ ଥିଲେ । ଶେଷରେ କଲେଜ ଜାତୀୟ ସେବା ଯୋଜନା ବାଳକ ବିଭାଗ ଅଧିକାରୀ ମୃତୁ୍ୟଞ୍ଜୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବ୍ଲକ୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା

ଗରଦପୁର,୧୧/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ରାମଚନ୍ଦ୍ରପୁର ପଂଚାୟତ କଉଡ଼ିଆବରାଇସ୍ଥିତ ଚାଚାଜୀ ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ …

Leave a Reply

Your email address will not be published. Required fields are marked *