Sunday , May 22 2022
Breaking News
Home / ବିଶେଷ / କୁହୁନିଶା-ଆମାବାସ୍ୟା ରାତ୍ରି      (  କବିତା  )    ସାଧନା ପଣ୍ଡା  

କୁହୁନିଶା-ଆମାବାସ୍ୟା ରାତ୍ରି      (  କବିତା  )    ସାଧନା ପଣ୍ଡା  

ତୁମ ପ୍ରତିଶ୍ରୁତି ର ପଣ୍ୟାଗାରେ

କେବେ ପାହାନ୍ତି ସପନ ,

କେବେ ରାତ୍ରି ର ଶେଫାଳୀ…..

ଅନ୍ଧାରରୁ ଆଲୋକକୁ

ଦେଖାଏ ବାଟ

ଜାଳି ଜହ୍ନର ଦିପାଳୀ !

ମାୟାମୟ ମଳୟ ମହକରେ

କୋଇଲିର କୁହୁରବ

ଆଙ୍କିଦିଏ ଅସ୍ପଷ୍ଟ ଛବି

ପ୍ରଗଳଭତାର ରଙ୍ଗ ତୁଳୀ ଧରି ,

ସାଜି ମରୁପ୍ରାନ୍ତେ କୁହୁନିଶା

ଶିଖାଏ ଜୀଇଁବାର କଳା

ପୃଥିବୀକୁ ପାପୁଲିରେ ଧରି ,

ଋତୁମତୀ ଶବ୍ଦର ଚାତୁରୀ

ଗୁଞ୍ଜରେ ହୃଦୟ ଗହ୍ୱ ରେ

ମଧୁମତୀ ଋତୁ-ଚକ୍ର ଆବୋରି ,

ପାହାନ୍ତି ସପନରେ

ଓଦା ହୁଏ ଷିନ୍ଧାକାନି

ନଈ ହୋଇ ବହି ଯିବା ପାଇଁ ,

ନିସ୍ତବ୍ଧ ରାତ୍ରିର

ସୀମାହୀନ ପିପାସା

ଅନ୍ତିମ ସ୍ୱାକ୍ଷର ବହି

ଅଙ୍ଗାରର ଅସ୍ପଷ୍ଟ ଦଲିଲ୍ ପରି

ସକାଳରେ ଯାଏ ଯେ’ ମିଳାଇ !!

-0-

 

ସାଧନା ପଣ୍ଡା  , ଭୁବନେଶ୍ୱର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *