କଟକ ସଦର, ୨୨/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ଜିଲ୍ଲା ୫ ନମ୍ଵର ଜିଲ୍ଲାପରିଷଦ ଵିଜେଡି ପ୍ରାର୍ଥୀ ପ୍ରଦୀପ୍ତ ମହାଳୀ ଗତକାଲି ଶୁକ୍ରବାର ଉପଜିଲ୍ଲାପାଳ ଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିବା ଵେଳେ ଜାତି ପ୍ରମାଣପତ୍ର କୁ ନେଇ ଦ୍ୱନ୍ଦ ଦେଖା ଦେଇଥିଲା। ନାମାଙ୍କନପତ୍ରରେ ଜାତି ପ୍ରମାଣପତ୍ର ଦିଆ ଯାଇଥିଲା ବେଳେ ଅନ୍ ଲାଇନରେ ତାହା ନ ଦର୍ଶାଇଵାରୁ ପ୍ରାର୍ଥୀ ଭୟାତୁର ଥିଲେ।ହେଲେ ପରବର୍ତ୍ତୀ ସମୟରେ ତାହା ଠିକ ହୋଇଯାଇଥିଵା ଏବଂ ତାହା କାଏମ ରହିଥିଵା ଶନିବାର ଯାଞ୍ଜରୁ ଜଣାପଡିଵା ପରେ କନ୍ଦରପୁର, ଆୟତପୁର, ନିମେଇଶାପୁର ଫକିରପଡା, ଗତିରାଉତପାଟଣା ଓ ପରମହଂସ ପଞ୍ଚାୟତର ଵିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଛି।ଶ୍ରୀ ମହାଳୀଙ୍କ ପ୍ରତି ଜନସମର୍ଥନ ବୃଦ୍ଧି ପାଉଥିବା ବେଳେ ସିଏ ଭୋଟରଙ୍କର ଗ୍ରହଣୀୟ ହେଉଛନ୍ତି। ଓଡ଼ିଶା ସମାଚାର
