ନିଶ୍ଚିନ୍ତକୋଇଲି ୨୨/୧/୨୦୨୨ (ଓଡ଼ିଶା ସମାଚାର)- ଗତକାଲି ଶୁକ୍ରବାର ବିଳମ୍ବିତ ରାତିରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ନିଶ୍ଚିନ୍ତକୋଇଲି ବ୍ଲକ୍ ଛକଠାରେ ଥିବା ଏକ ମାଛ ବିକ୍ରି ଦୋକାନ ଓ ଏକ ଚା’ଦୋକାନ ଘରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ପୃଥକ ପୃଥକ ଭାବେ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ ହୋଇଛି । ଏଥିଯୋଗୁଁ ଉଭୟ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇଲେ ତାହା ଜଣାପଡିନାହିଁ । ଅଗ୍ନିକାଣ୍ଡ ର କାରଣ କଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ୍ ର ସୂଚନା ।ଓଡ଼ିଶା ସମାଚାର
