Sunday , May 22 2022
Breaking News
Home / ନିର୍ବାଚନ / ୨୮ ନମ୍ବର ଜିଲାପରିଷଦ ଜୋନ୍ ପାଇଁ ପ୍ରାର୍ଥି ପତ୍ର ଦାଖଲ କଲେ ଶ୍ରୀମତୀ ଶୁଭଶ୍ରୀ ମହାନ୍ତି

୨୮ ନମ୍ବର ଜିଲାପରିଷଦ ଜୋନ୍ ପାଇଁ ପ୍ରାର୍ଥି ପତ୍ର ଦାଖଲ କଲେ ଶ୍ରୀମତୀ ଶୁଭଶ୍ରୀ ମହାନ୍ତି

କଟକ, ୨୨/୧/୨୦୨୨ (ଓଡ଼ିଶା ସମାଚାର)- ପ୍ରାର୍ଥି ପତ୍ର ଦାଖଲ ର ଶେଷ ଦିନରେ କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ୍ ୨୮ ନମ୍ବର ଜୋନ୍ ର ବିଜୁ ଜନତା ଦଳର ଜିଲା ପରିଷଦର ପ୍ରାର୍ଥି ଭାବେ ଶ୍ରୀମତୀ ଶୁଭଶ୍ରୀ ମହାନ୍ତି କଟକ ଉପ ଜିଲାପାଳଙ୍କ କାର୍ୟ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ପୂର୍ବତନ ଜିଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ପର୍ୟ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷ ନରେନ୍ଦ୍ର ବାରିକ,୭ ଗୋଟି ପଂଚାୟତର ଦଳିୟ ସଭାପତି ଯଥା ରୁସ୍ତମ ମହମ୍ମଦ, କୌଶର ମହମ୍ମଦ, ସୁଶାନ୍ତ ସେଠୀ, ସୁରେନ୍ଦ୍ର ଖୁଂଟିଆ, ପ୍ରିୟନାଥ ମହାନ୍ତି, ଦିଲିପ ବିଶ୍ୱାଳ, ବିଜୟ ରାଉତ, ସରୋଜ ବେହେରା, ଦୂର୍ଗାପ୍ରସାଦ ଦାସ, ମିଲନ୍ ଭୂୟାଁ, ଇଂ ପ୍ରଭଂଜନ ବେଉରା, ସୁରଥ ରାଉତ, ଅଭୟ ଲେଙ୍କା, ମନୋଜ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସେ ଜିଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇ ଜଣେ ସୁ ଗୃହିଣୀରୁ ଉତରକୂଳ, ବାବୁଜଙ୍ଗ, ମଣିଜଙ୍ଗ, ମହମ୍ମଦପୁର , ଶିର୍ଲୋ, ମାଣପୁର ଓ ଇଶାଣିବ୍ରହ୍ମପୁର ପଂଚାୟତବାସୀଙ୍କର ନିଷ୍ଠାପର ତଥା ନିସ୍ୱାର୍ଥପର ସେବା ଯୋଗାଇ ଦେବେ ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *