ଗରଦପୁର, ,୨୨/୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ଜୟତଳଙ୍ଗ (ବଣୁଆସାହି ) ର ଶରତ ଚନ୍ଦ୍ର ମହାନ୍ତିଙ୍କର ଆଜି ୮୭ ବର୍ଷ ବୟସରେ ପରଲୋକ ଘଟିଛି । ଶ୍ରୀ ମହାନ୍ତି ଆଜି ତାଙ୍କ ବାରିପଦାସ୍ଥିତ ବାସ ଭବନରେ ହୃଦାଘାତରେ ପରଲୋକ ଗମନ କରିଛନ୍ତି । ସେ ଜଣେ ଅବସରପ୍ରାପ୍ତ ସହକାରୀ ସେରିକଲଚର ନିର୍ଦ୍ଧେଶକ । ତାଙ୍କର ବିୟୋଗ ଖବର ଜୟତଳଙ୍ଗ ଗ୍ରାମରେ ପହଂଚିବା ପରେ ଅଂଚଳରେ ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର
