ନିଶ୍ଚିନ୍ତକୋଇଲି, ୨୨/୧/୨୦୨୨ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ମହମ୍ମଦପୁର ପଂଚାୟତରେ ବିଜେଡ଼ି ସମର୍ଥିତ ସରପଂଚ ପ୍ରାର୍ଥିନୀ ହୋଇଛନ୍ତି ଶ୍ରୀମତୀ ପ୍ରତିଭା ବେହେରା । ସେ ତାଙ୍କ ପ୍ରାର୍ଥି ପତ୍ର ପଂଚାୟତ ଦାୟିତ୍ୱରେ ଥିବା ଅଧିକାରିଣୀ ଝିଲି ବେହେରାଙ୍କ ନିକଟରେ ଦାଖଲ କରିଛନ୍ତି । ତାଙ୍କ ସହିତ ପୂର୍ବତନ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷ ନରେନ୍ଦ୍ର କୁମାର ବାରିକ, ଏସକେ ଜଲାଲ ଉଦ୍ଧିନ୍, କିଶୋର କୁମାର ସାହୁ, ସସ୍ମିତା ବେହେରା, ସରପଂଚ ସରୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସେ ଜଣେ ସୁ ଗୃହିଣୀ ଭାବେ ପରିବାର ଚଳାଉଥିବାବେଳେ ସରପଂଚ ଭାବେନିର୍ବାଚିତ ହୋଇ ପଂଚାୟତବାସୀଙ୍କ ନିସ୍ୱାର୍ଥପର ସେବା କରିବେ ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର
