Sunday , May 22 2022
Breaking News
Home / ନିର୍ବାଚନ / ମଣିଜଙ୍ଗ ପାଇଁ ବିଜେଡ଼ି ସମର୍ଥିତ ପ୍ରାର୍ଥି ହେଲେ ସନ୍ୟାସୀ ମହାନ୍ତି 

ମଣିଜଙ୍ଗ ପାଇଁ ବିଜେଡ଼ି ସମର୍ଥିତ ପ୍ରାର୍ଥି ହେଲେ ସନ୍ୟାସୀ ମହାନ୍ତି 

ନିଶ୍ଚିନ୍ତକୋଇଲି, ୨୨/୧/୨୦୨୨ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ମଣିଜଙ୍ଗ ପଂଚାୟତରେ ବିଜେଡ଼ି ସମର୍ଥିତ ସରପଂଚ ପ୍ରାର୍ଥି ପାଇଁ ସନ୍ୟାସୀ ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।  ସେ ତାଙ୍କ ନାମାଙ୍କନ ପତ୍ର ପଂଚାୟତ ଦାୟିତ୍ୱରେ ଥିବା ଅଧିକାରୀ ଅନାମ ବିଶ୍ୱାଳ ଙ୍କ ନିକଟରେ ଦାଖଲ କରିଥିବାବେଳେ ଅସିତ ମହାନ୍ତି , ରବିନ୍ଦ୍ର ଦାସ, ବିଭୂତି ଭୁଷଣ ନାୟକ, ଶୁକଦେବ ନାୟକ, ପ୍ରିୟନାଥ ମହାନ୍ତି , ରବିନ୍ଦ୍ର ନାୟକ, ତାଡ଼କେଶ୍ୱର ପଣ୍ଡା, ଦୀପ୍ତି ମହାନ୍ତି, ମନ୍ଦରଧର ମଲିକ , ସୁଧୀର ମହାନ୍ତି , ରଂଜନ ଖୁଂଟିଆ ଉପସ୍ଥିତ ଥିଲେ । ବିଜେଡ଼ିର ସେ ଜଣେ ଯୁବ ସଂଗଠକ ହୋଇଥିବାବେଳେ ଦଳ ପାଇଁ ତାଙ୍କର ଉଲେଖନୀୟ କାର୍ଯ୍ୟ ଯୋଗୁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାବେଳେ ସରପଂଚ ହୋଇ ସେ ପଂଚାୟତ ବାସୀଙ୍କ ନିକଟରେ ସରକାରଙ୍କର ସମସ୍ତ ଯୋଜନା ସଠିକ ଭାବେ ପହଂଚାଇବା ସହିତ ତାଙ୍କୁ ଦଳିୟ ସମର୍ଥôତ ପ୍ରାର୍ଥି କରାଯାଇ ଥିବାରୁ ସେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *