Wednesday , May 18 2022
Breaking News
Home / ନିର୍ବାଚନ / ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ଦାଖଲ ହୋଇଥିବା ୧୪୨ ପ୍ରାର୍ଥୀପତ୍ରରୁ ୩ଟି ନାକଚ

ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ଦାଖଲ ହୋଇଥିବା ୧୪୨ ପ୍ରାର୍ଥୀପତ୍ରରୁ ୩ଟି ନାକଚ

କେନ୍ଦ୍ରାପଡା, ୨୨/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ଆସନ୍ତା ତ୍ରିସ୍ତରୀୟ ନିର୍ବାଚନ ଉପଲକ୍ଷେ ୩୨ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନଙ୍କ ପକ୍ଷରୁ ମୋଟ ୧୪୨ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା । ସେଥିମଧ୍ୟରୁ ଆଳି ବ୍ଲକର ୪ଟି ଜୋନରୁ ୧୫ଟି, ଡେରାବିଶ ବ୍ଲକର ୩ଟି ଜୋନରୁ ୧୨ଟି, ଗରଦପୁର ବ୍ଲକର ୩ଟି ଜୋନରୁ୧୫ଟି, ରାଜକନିକା ବ୍ଲକର ୩ଟି ଜୋନରୁ ୧୨ଟି, ମାର୍ଶାଘାଇ ବ୍ଲକର ୩ଟି ଜୋନରୁ ୧୯ଟି, ମହାକାଳପଡା ବ୍ଲକର ୫ଟି ଜୋନରୁ୧୯ଟି, ପଟ୍ଟାମୁଣ୍ଡାଇ ବ୍ଲକର ୪ଟି ଜୋନରୁ ୧୮ଟି, ରାଜନଗର ବ୍ଲକର ୩ଟି ଜୋନରୁ ୧୩ଟି ଓ କେନ୍ଦ୍ରାପଡା ବ୍ଲକର ୪ଟି ଜୋନରୁ ୧୯ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା । ଆଜି ସେହିସବୁ ପ୍ରାର୍ଥୀପତ୍ର ଗୁଡିକ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ଦ୍ୱାରା ଯାଂଚ କରାଯାଇଥିଲା । ଯାଂଚ ପରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ୩ଟି ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ୧୩୯ଟି ପ୍ରାର୍ଥୀପତ୍ର କାଏମ ରହିଥିବା ସୂଚନା ମିଳିଛି । ନାକଚ ହୋଇଥିବା ପ୍ରାର୍ଥୀପତ୍ର ମଧ୍ୟରେ ଆଳି ବ୍ଲକର ଗୋଟିଏ, ପଟ୍ଟାମୁଣ୍ଡାଇ ବ୍ଲକର ଗୋଟିଏ ଏବଂ ରାଜନଗର ବ୍ଲକର ଗୋଟିଏ ପ୍ରାର୍ଥୀପତ୍ର ଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *