ନିଶ୍ଚିନ୍ତକୋଇଲି, ୨୨/୧/୨୦୨୨ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ଉତରକୂଳ ପଂଚାୟତରେ ସରପଂଚ ପ୍ରାର୍ଥି ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୂର୍ବତନ ଜିଲା ପରିଷଦ ସଭ୍ୟା ଶ୍ରୀମତୀ ସସ୍ମିତା ବିଶ୍ୱାଳ । ଶ୍ରୀମତୀ ବିଶ୍ୱାଳ ତାଙ୍କ ପ୍ରାର୍ଥି ପତ୍ର ପଂଚାୟତ ଦାୟିତ୍ୱରେ ଥିବା ଅଧିକାରୀ ଦିଲିପ କୁମାର ମହନ୍ତ ଙ୍କ ନିକଟରେ ଦାଖଲ କରିଥିବାବେଳେ ବଳରାମ ସାହୁ, ରୂପକ ଦାସ, ଅନ୍ନଦା ମହାରଣା, କୈଳାଶ ପରିଡ଼ା, ଜଳଧର ବେଉରା, ପ୍ରତାପ ଦାସ, ବାବାଜୀ ସାହୁ, ବିହାରୀ ପରିଡ଼ା, ବିଭୂତି ମହାନ୍ତି, ପ୍ରକାଶ ବେଉରା, ଅଶୋକ ସାହୁ, ପ୍ରତାପ ସାହୁ, ସୁରେନ୍ଦ୍ର ସାହୁ, ସଂଗ୍ରାମ କେଶରୀ ସାହୁ, ଅନନ୍ତ ମଲିକ୍ ପ୍ରମୁଖ ଉପସ୍ଥିତ ଥିଲେ । ଗତ ୨୦୧୨ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଏହି ବ୍ଲକ୍ ଅନ୍ତର୍ଗତ ୨୮ ନମ୍ବର ଜୋନ୍ ରେ ବିଜେଡ଼ି ର ଜିଲାପରିଷଦ ସଭ୍ୟା ଭାବରେ ଲୋକମାନଙ୍କର ସେବା କରିଥିବାବେଳେ ଚଳିତ ଥର ସରପଂଚ ହୋଇ ପୁନର୍ବାର ପଂଚାୟତ ବାସୀଙ୍କୁ ନିସ୍ୱାର୍ଥପର ସେବା ଯୋଗାଇ ଦେବେ ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର
