Wednesday , May 18 2022
Breaking News
Home / ତାଜା ଖବର / ସ୍କାନ ଷ୍ଟିଲର ବୁଡାକଟା ୟୁନିଟ ୨ କାରଖାନାର ଫର୍ନେସରେ ବିସ୍ଫୋରଣ

ସ୍କାନ ଷ୍ଟିଲର ବୁଡାକଟା ୟୁନିଟ ୨ କାରଖାନାର ଫର୍ନେସରେ ବିସ୍ଫୋରଣ

ସୁନ୍ଦରଗଡ଼,୨୧/୧/୨୦୨୨ (ଓଡ଼ିଶା ସମାଚାର)- ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ଗଙ୍ଗାଜଳଠାରେ ଅବସ୍ଥିତ ସ୍କାନ ଷ୍ଟିଲର ବୁଡାକଟା ୟୁନିଟ ୨ରେ ଆଜି ସକାଳ ୯ଟାରେ କାରଖାନାର ଫର୍ନେସରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ନିଆଁରେ ଦୁଇ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ରାଉରକେଲା ଆଇଜିଏଚ ରେ ଭର୍ତି କରାଯାଇଥିବା ସୂଚନା ମିଳିଛି। ଆଉ ଅଧିକ କର୍ମଚାରୀ, ଶ୍ରମିକ ଆହତ ହୋଇ ଥାଇପାରନ୍ତି ଵୋଲି ଆଶଙ୍କା କରାଯାଉଛି। ଵିସ୍ଫୋରଣ ଏତେ ଜୋର୍ ଥିଲା ଯେ ଆଖପାଖ ୫ କିଲୋମିଟର ପର୍ୟ୍ୟନ୍ତ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ସମଗ୍ର ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା। ଲୋକେ ଭୟଭିତ ହୋଇ ପଡ଼ିଥିଲେ। କୁତ୍ରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିସ୍ଫୋରଣ ର କାରଣ ଜଣା ପଡିନାହିଁ।ଓଡ଼ିଶା ସମାଚାର

About admin

Check Also

ରାସ୍ତା ଦୂର୍ଘଟଣାରେ ଜଣେ ମୃତ

କେନ୍ଦ୍ରାପଡ଼ା, ୧୫/୦୫/୨୦୨୨( ଓଡ଼ିଶା ସମାଚାର )-  ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କଟକ- …

Leave a Reply

Your email address will not be published. Required fields are marked *