କଟକ ସଦର, ୨୧/୧/୨୦୨୨ (ଓଡିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ବ୍ଲକ ଅନ୍ତର୍ଗତ କିଶନନଗର ପଞ୍ଚାୟତ ପାଇଁ ସରପଞ୍ଚ ପଦବୀ ପାଇଁ ୭ ନମ୍ଵର ଜିଲ୍ଲା ପରିଷଦ ସଭ୍ୟ ଵିଳାସ ମଲ୍ଲିକଙ୍କ ପତ୍ନୀ ସରସ୍ଵତୀ ମଲ୍ଲିକ ଆଜି ଶୁକ୍ରବାର ନାମାଙ୍କନ ଦାଖଲର ଶେଷ ଦିନରେ ଵିଜେଡି ସମର୍ଥିତ ପ୍ରାର୍ଥିନୀ ଭାଵେ ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଙ୍କ ସମର୍ଥନରେ କଟକ ଜିଲ୍ଲା ମହିଳା ଵିଜେଡି ସଭାନେତ୍ରୀ ଜିଲ୍ଲାପରିଷଦ ସଭ୍ୟା ତଥା ୭ ନମ୍ଵର ଆସନ ପାଇଁ ପ୍ରାର୍ଥିନୀ ହୋଇଥିଵା ସୁଭଦ୍ରା ଦାସ,ସ୍ୱ।ମୀ ଜିଲ୍ଲା ପରିଷଦ ସଭ୍ୟ ଵିଳାସ ମଲ୍ଲୀକଙ୍କ ସମେତ ସମର୍ଥକ ମାନେ ଉପସ୍ଥିତ ଥିଲେ। ଶ୍ରୀମତୀ ମଲ୍ଲିକଙ୍କ ନାମାଙ୍କନ ପତ୍ର ଦାଖଲ ପରେ ତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇଛି। ଓଡିଶା ସମାଚାର
