କଟକ ସଦର, ୨୧/୧/୨୦୨୨ (ଓଡିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ପଞ୍ଚାୟତ ସମିତିର ସମ୍ଭାବ୍ୟ ଅଧ୍ୟକ୍ଷା ପଦଵୀ ପାଇଁ ବିଭୁତି ଭୂଷଣ ଫାଉଣ୍ଡେସନର ଅଧ୍ୟକ୍ଷା,ଗତିରାଉତ ପଟଣାର ପୂର୍ଵତନ ସରପଞ୍ଚ, ବିଶିଷ୍ଟ ଉଦ୍ୟୋଗୀ ଵିକ୍ରମ ରାଉତରାୟଙ୍କ ମା ବିଷ୍ଣୁପ୍ରିୟା ରାଉତ ଆଜି ନାମାଙ୍କନ ଦିଵସର ଶେଷ ଶୁକ୍ରବାର ଦିନ ଗତିରାଉତପଟଣାରୁ ସମିତିସଭ୍ୟା ପ୍ରାର୍ଥିନୀ ଭାଵେ ଵ୍ଲକ କାର୍ଯ୍ୟାଳୟରେ ଵିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ମନୋନୟନ ପତ୍ର ଦାଖଲ କରିଛନ୍ତି। ବିଷ୍ଣୁପ୍ରିୟା ଙ୍କ ନାମାଙ୍କନ ଜଣାପଡିଵା ପରେ ତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇଥିଵା ଵେଳେ ମହିଳା ଙ୍କ ପାଇଁ ସଂରକ୍ଷିତ ଥିବା ଅଧ୍ୟକ୍ଷା ପାଇଁ ଆଶାୟୀ ଧରାଶାୟୀ ହୋଇଥିବା ଜଣାପଡିଛି। ଓଡିଶା ସମାଚାର
