Wednesday , May 18 2022
Breaking News
Home / ନିର୍ବାଚନ / ରଘୁନାଥପୁର ବ୍ଲକରେ ଶେଷ ଦିନରେ ୨୮୮ଜଣ ପ୍ରାର୍ଥୀପତ୍ର ଦାଖଲ କଲେ 

ରଘୁନାଥପୁର ବ୍ଲକରେ ଶେଷ ଦିନରେ ୨୮୮ଜଣ ପ୍ରାର୍ଥୀପତ୍ର ଦାଖଲ କଲେ 

ରଘୁନାଥପୁର, ୨୧/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସରେ ୨୮୮ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରଘୁନାଥପୁର ବ୍ଲକର ୧୯ଗୋଟି ଗ୍ରା.ପ. ନିମନ୍ତେ ସରପଂଚ, ସମିତିସଭ୍ୟ, ୱାର୍ଡସଭ୍ୟ ପଦବୀ ନିମନ୍ତେ ଆଜି ଶେଷ ଦିନରେ ଦରଖାସ୍ତ ଫର୍ମ ବିକ୍ରି କରାଯାଇଥିଲା । ଆଜି ରଘୁନାଥପୁର ପଂଚାୟତ ସମିତି କାର୍ଯ୍ୟାଳୟରେ ସମିତିସଭ୍ୟ ପ୍ରାର୍ଥୀ ଭାବେ ୪୪ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସରପଂଚ ପଦବୀ ନିମନ୍ତେ ୫୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୧୮୯ଜଣ ୱାର୍ଡସଭ୍ୟ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରଘୁନାଥପୁର ବ୍ଲକରେ ଶେଷ ସମୁଦାୟ ୫୦୨ ଜଣ ୱାର୍ଡସଭ୍ୟ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି, ସରପଂଚ ପଦବୀ ନିମନ୍ତେ ୧୦୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମିତିସଭ୍ୟ ନିମନ୍ତେ ୭୬ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମୁଦାୟ ୬୮୩ଜଣ ପ୍ରାର୍ଥୀପତ୍ର ସରପଂଚ, ସମିତିସଭ୍ୟ ଓ ୱାର୍ଡସଭ୍ୟ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶେଷ ମୁହୂର୍ତରେ ରଘୁନାଥପୁର ବ୍ଲକ ବିଜେଡି ସଭାପତି ଦେବାଶିଷ ତ୍ରିପାଠୀ ଧରାଧରପୁର ପଂଚାୟତରେ ସମିତିସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡି ଯୁବନେତା ବିଶ୍ୱଜିତ ଦାଶ ଆଜି ରେଢୁଆ ପଂଚାୟତରେ ସମିତିସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବ୍ଲକ ବିଜେଡି ସମ୍ପାଦକ ମାନସ କୁମାର ଦାସ ଛପଡା ପଂଚାୟତ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରଘୁନାଥପୁର ବ୍ଲକରେ ୪ଟା ୪୦ମିନିଟ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା । ରଘୁନାଥପୁର ବ୍ଲକ ଅନ୍ତର୍ଗତ ଧରାଧରପୁର ପଂଚାୟତର ଆଜି ବିଜୁଜନତା ଦଳ ସମର୍ଥିତ ପ୍ରାର୍ଥୀ ନଳିନୀପ୍ରଭା ମୁଦୁଲି ତାଙ୍କ ସମର୍ଥକକୁ ନେଇ ପଂଚାୟତ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭାଗବତ ଟୁଙ୍ଗି ରେ ଭଗବତ ଆଲୋଚନା ଓ ଭଜନ ସନ୍ଧ୍ୟା

 ନିଶ୍ଚିନ୍ତକୋଇଲି, ୧୮/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ଦାମୋଦରପୁର ଠାରେ ସ୍ଥାପିତ ଭାଗବତ ଟୁଙ୍ଗି ପରିସରରେ …

Leave a Reply

Your email address will not be published. Required fields are marked *