Wednesday , May 18 2022
Breaking News
Home / ତାଜା ଖବର / ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିବା ଘରୋଇ ଯାତ୍ରିବାହୀ ବସ ରାଶିବାଡ ଘାଟି ନିକଟରେ ଓଲଟି ପଡିଲା – ୨୦ ଯାତ୍ରୀ ଆହତ – ୬ ଗୁରୁତର

ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିବା ଘରୋଇ ଯାତ୍ରିବାହୀ ବସ ରାଶିବାଡ ଘାଟି ନିକଟରେ ଓଲଟି ପଡିଲା – ୨୦ ଯାତ୍ରୀ ଆହତ – ୬ ଗୁରୁତର

ଭୁବନେଶ୍ୱର/ପାରଳାଖେମୁଣ୍ଡି,୨୧/୧/୨୦୨୨ (ଓଡ଼ିଶା ସମାଚାର)- ଗୁରୁବାର ରାତିରେ ଇସପାତ୍ ନାମକ ଏକ ଘରୋଇ ଯାତ୍ରିବାହୀ ବସ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିଲା । ଶୁକ୍ରବାର ସକାଳେ ରାୟଗଡ଼ା ଥାନା ଅନ୍ତର୍ଗତ ରାଶିବାଡ ଘାଟି ନିକଟରେ ଏହି ବସ୍ ଟି  ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଏହି ବସ୍ ଟି  ଓଲଟି ପଡିଛି । ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସ ରେ ୪୦ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି । ସମସ୍ତ ଆହତ ଯାତ୍ରୀଙ୍କୁ ପାରଳାଖେମୁଣ୍ଡି ଓ ଜିରାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୬ ଜଣ  ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଗୁରୁତରଙ୍କ ମଧ୍ୟରେ ବସ୍ ଡ୍ରାଇଭର ମଧ୍ୟ ରହିଛନ୍ତି ।ଦୁର୍ଘଟଣାସମ୍ପର୍କରେ ଖବର ପାଇ ପାରଳାଖେମୁଣ୍ଡି ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ଙ୍କ ସହାୟତାରେ  ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାକୁ ପଠାଇଥିଲା । ତେବେ ବସଟି କିଛି ଯାନ୍ତ୍ରୀକ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ପରେ ରାଶିବାଡି ଘାଟିରେ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି ।  ଓଡ଼ିଶା ସମାଚାର

About admin

Check Also

ରାସ୍ତା ଦୂର୍ଘଟଣାରେ ଜଣେ ମୃତ

କେନ୍ଦ୍ରାପଡ଼ା, ୧୫/୦୫/୨୦୨୨( ଓଡ଼ିଶା ସମାଚାର )-  ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କଟକ- …

Leave a Reply

Your email address will not be published. Required fields are marked *