Tuesday , August 9 2022
Breaking News
Home / ନିର୍ବାଚନ / ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଙ୍କ ନାମାଙ୍କନ ଦାଖଲ 

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଙ୍କ ନାମାଙ୍କନ ଦାଖଲ 

ଗରଦପୁର, ୨୧/୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା ଆଜି ସମର୍ଥକ ମାନଙ୍କ ଗହଣରେ ଆସି ବ୍ଲକ୍ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ରଂଜିତ ମଲିକ ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀ ବେହେରା ତେଣ୍ଡାକୁଡ଼ା ପଂଚାୟତରୁ ସମିତି ସଭ୍ୟ ଭାବରେ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି । ଉଲେଖନୀୟ ଏହିକି ଶ୍ରୀ ବେହେରା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଅନୁଗତ ଭାବରେ ଗତ ୨୦୧୩ ରୁ ୨୦୧୭ ପର୍ୟ୍ୟନ୍ତ ପଂଚାୟତ ନିର୍ବାଚନରେ ବ୍ଲକ୍ ର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ପରେ ପାଟକୁରା ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲା ଙ୍କ ଶିବିରରେ ମିଶି ଦାୟିତ୍ୱ ସମ୍ବାଳିଥିଲେ । ଏବେ ପାଟକୁରା ର ବିଧାୟିକା ସାବିତ୍ରୀ ଅଗ୍ରୱାଲା  ଓ ତାଙ୍କ ପୁତ୍ର ତଥା ପ୍ରତିନିଧି ସଂଜୟ ଅଗ୍ରୱାଲା ଙ୍କ ସହିତ ମତ ଭେଦ ଥିବାରୁ ବାସୁଦେବ ଏବେ ପୁଣି ଅତନୁ ଙ୍କ ଶିବିରକୁ ଫେରି ଆସିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.