ରଘୁନାଥପୁର, ୨୧/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତର ଯୁବ ସମାଜସେବୀ ବଟକୃଷ୍ଣ ନାୟକ ସରପଂଚ ପଦବୀ ପାଇଁ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେ ତାଙ୍କ ପ୍ରାର୍ଥି ପତ୍ର ପଂଚାୟତ ଦାୟିତ୍ୱରେ ଥିବା ଅଧିକାରୀ ମନୋରଂଜନ ଦେହୁରୀ ଙ୍କ ନିକଟରେ ଦାଖଲ କରିଥିବାବେଳେ ଅଶୋକ କୁମାର ଦାସ, ସହଦେବ ନାୟକ, ଜ୍ୟୋତିକାନ୍ତ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର, ପ୍ରଦୀପ୍ତ ମହାପାତ୍ର, ଚନ୍ଦ୍ର ଶେଖର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ସେ ସମାଜ ସେବାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଥିବାରୁ ସରପଂଚ ଭାବେ ଅଧିକରୁ ଅଧିକ ଜନ ସାଧାରଣଙ୍କ ସେବା କରିପାରିବି ବୋଲି ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର
