ନିଶ୍ଚିନ୍ତକୋଇଲି, ୨୧/୦୧/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ଜିଲ୍ଲା ପରିଷଦସଦସ୍ୟ ନିମନ୍ତେ ୨୫ନମ୍ବର ଜୋନ ରୁ ବିଜେଡି ପ୍ରାର୍ଥୀ ଭାବେ ବିଳାସ କୁମାର ଭୋଇ କଟକ ଉପଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ କଟକ ସଦର ବ୍ଲକବିଜେଡି ସଭାପତି ପ୍ରମୋଦ ମହାପାତ୍ର, ନିଶ୍ଚିନ୍ତକୋଇଲି ବ୍ଲକ କାର୍ୟ୍ୟକାରୀ ସଭାପତି ପ୍ରମୋଦ ନାୟକ, ଜିଲ୍ଲା ସମ୍ପାଦକ ଅଚ୍ୟୁତାନନ୍ଦ ଦାସ, ପର୍ୟ୍ୟବେକ୍ଷକ ରମେଶ ସ୍ୱାଇଁ, ପ୍ରାକ୍ତନ ଅଧ୍ୟକ୍ଷ ନରେନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ଜ୍ଝ ଓଡ଼ିଶା ସମାଚାର