ରଘୁନାଥପୁର, ୨୧/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକର ୨ଗୋଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ଆଜି ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ୨ନଂ ଜୋନରୁ ବିଜେଡିର ଇତିଶ୍ରୀ ମଲ୍ଲିକ, ବିଜେପି ପକ୍ଷରୁ ଲିପିକା ମଲ୍ଲିକ, ସୁଚିତ୍ରା ଭୋଇ ଓ କଂଗ୍ରେସ ଦଳ ପକ୍ଷରୁ ନନ୍ଦିକା ମଲ୍ଲିକ ଓ କନକଲତା ସେଠୀ ଆଜି ସେମାନଙ୍କର ସମର୍ଥକକୁ ନେଇ ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଓଡ଼ିଶା ସମାଚାର
