ଗରଦପୁର, ୨୧/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷିରେ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ ଦାଖଲ ପ୍ରକି୍ରୟା ଆଜି ଶେଷ ହୋଇଛି । ଆଜି ଶେଷ ଦିନରେ ୨୦୬ ଜଣ ୱାର୍ଡ଼ ମ୍ବେର ପାଇଁ ନାମାଙ୍କନ ଦାଖଲ କରିଥିବାବେଳେ ସରପଂଚ ପଦବୀ ପାଇଁ ୩୯ ପ୍ରାର୍ଥି ମନୋନୟନ ଦାଖଲ କରିଚନ୍ତି । ସେହିପରି ୩୦ ଜଣ ପ୍ରାର୍ଥି ପଂଚାୟତ ସମିତି ସଭ୍ୟ ପାଇଁ ବ୍ଲକ୍ କାର୍ୟ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୋଟ ଉପରେ ବ୍ଲକ୍ ରେ
୬୨୩ ଜଣ ୱାର୍ଡ଼ ମେମ୍ବର, ୧୦୫ ଜଣ ସରପଂଚ ଓ ୭୫ ଜଣ ସମିତି ସଭ୍ୟ ପ୍ରାର୍ଥି ଏହିପରି ସର୍ବମୋଟ୍ ୮୦୩ ଜଣ ପ୍ରାର୍ଥି ବିଭିନ୍ନ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ବ୍ଲକ୍ ନିର୍ବାଚନ ଅଧିକାରୀ ବିଡ଼ିଓ ରଂଜିତ କୁମାର ମଲିକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର