ଭୁବନେଶ୍ୱର, ୨୧/୧/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଆଉ ୯୮୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୬୯୯ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୪୧୩୪ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୭୨ଜଣ ଶିଶୁ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୪୬ ଜଣ, ସୁନ୍ଦରଗଡ଼ରୁ ୧୧୩୪ ଜଣ, କଟକରୁ ୭୭୪ ଜଣ,ମୟୂରଭଞ୍ଜରୁ ୨୯୫ ଜଣ, ନୟାଗଡ଼ରୁ ୨୯୨ ଜଣ, ବଲାଙ୍ଗୀରରୁ ୨୮୮ ଜଣ, ବାଲେଶ୍ବରରୁ ୨୮୬ ଜଣ,ରାୟଗଡ଼ାରୁ ୨୭୪ ଜଣ, ଯାଜପୁରରୁ ୨୫୬ ଜଣ, ସମ୍ବଲପୁରରୁ ୨୦୬ ଜଣ,କୋରାପୁଟରୁ ୧୭୪ ଜଣ, ନୂଆପଡ଼ାରୁ ୧୭୩ ଜଣ, ବରଗଡ଼ରୁ ୧୭୨ ଜଣ,କଳାହାଣ୍ଡିରୁ ୧୭୧ ଜଣ, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରୁ ୧୬୮ ଜଣ ଲେଖାଁଏ,ନବରଙ୍ଗପୁରରୁ ୧୫୬ ଜଣ, ଜଗତସିଂହପୁରରୁ ୧୫୨ ଜଣ,ପୁରୀରୁ ୧୪୬ ଜଣ, ଅନୁଗୁଳରୁ ୧୪୪ ଜଣ, ଭଦ୍ରକରୁ ୧୨୯ ଜଣ, ବୌଦ୍ଧାରୁ ୧୨୦ ଜଣ, ସୋନପୁରରୁ ୧୧୭ ଜଣ, କେନ୍ଦ୍ରାପଡ଼ାରୁ ୯୯ ଜଣ, ଢ଼େଙ୍କାନାଳରୁ ୯୫ ଜଣ,କନ୍ଧମାଳରୁ ୯୧ ଜଣ, ଗଜପତିରୁ ୮୮ ଜଣ, ଗଞ୍ଜାମରୁ ୬୯ ଜଣ, ମାଲକାନଗିରିରୁ ୫୬ ଜଣ, ଦେବଗଡ଼ରୁ ୪୭ ଜଣ ଏବଂ ଷ୍ଟେଟ୍ ପୁଲ ରୁ ୫୭୭ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୭୨୯୫ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କଟକରୁ ଦୁଇ ଜଣ, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର ଓ ପୁରୀରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୦୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୮୭୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୮୯୦୩୩ଜଣ ସୁସ୍ଥ ହୋଇଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୦୭ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୮୯୭୦୨ ଜଣ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୨୬୯୯୦୭୪୦ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର