Saturday , April 1 2023
Breaking News
Home / ବିଶେଷ / ଉତରକୂଳ ଷ୍ଟେଟବ୍ୟାଙ୍କ ୨୪ ତାରିଖ ପର୍ଯ୍ୟନ୍ତ ସଟ ଡ଼ାଉନ୍

ଉତରକୂଳ ଷ୍ଟେଟବ୍ୟାଙ୍କ ୨୪ ତାରିଖ ପର୍ଯ୍ୟନ୍ତ ସଟ ଡ଼ାଉନ୍

ତାରପୁର,୨୧/୧/୨୦୨୨ (ଓଡ଼ିଶା ସମାଚାର)- ଗ୍ରାମାଂଚଳରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ସ୍ଥାନୀୟ ଉତରକୂଳ ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଶାଖାକୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସଟ ଡ଼ାଉନ୍ କରାଯାଇଛି । ବ୍ୟାଙ୍କର ଏହି ଶାଖାର ଜଣେ କର୍ମଚାରୀ କୋଭିଡ଼-୧୯ ରେ ସଂକ୍ରମିତ ହେବା ସହ ଆଉ ୨ ଜଣ କର୍ମଚାରୀ ସଂକ୍ରମିତ ଥିବା ସନ୍ଦେହ ରେ କରୋନା ଉପରେ ଅଙ୍କୁଶ ଲଗାଇବା ପାଇଁ ବ୍ୟାଙ୍କ କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ବ୍ୟାଙ୍କ କୁ ଜନସାଧାରଣ ଆସୁଥିବାରୁ ସଂକ୍ରମଣ ବଢ଼ିବା ଆଶଙ୍କାରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.