Wednesday , May 18 2022
Breaking News
Home / ତାଜା ଖବର / ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲୁଟ୍ – ସୁନା ବ୍ୟବସାୟୀ ଓ ତାଙ୍କ ସହଯୋଗୀ ଗୁରୁତର ଆହତ- କଟକ ବଡ଼ ମେଡିକାଲ ରେ ଭର୍ତି

ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲୁଟ୍ – ସୁନା ବ୍ୟବସାୟୀ ଓ ତାଙ୍କ ସହଯୋଗୀ ଗୁରୁତର ଆହତ- କଟକ ବଡ଼ ମେଡିକାଲ ରେ ଭର୍ତି

ଚୌଦ୍ୱାର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ଚୌଦ୍ୱାର ଅଞ୍ଚଳରେ ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଦୁର୍ବୃତ୍ତମାନେ ତିନି ରାଉଣ୍ଡ ଗୁଳି ଫୁଟାଇଥିବା ଜଣାପଡ଼ିଛି । ଜୁଏଲାରୀ ଦୋକାନର ମାଲିକ ଦେବେନ୍ଦ୍ର ମହାରଣା ଓ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଚୌଦ୍ୱାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆହତଙ୍କୁ କଟକ ବଡ଼ ମେଡିକାଲ ପଠାଇଥିବା ସୂଚନା ମିଳିଛି ।
ପ୍ରାପ୍ତ ସୂଚନାନୁସାରେ, ବୁଧବାର ରାତି ପ୍ରାୟ ୧୦ଟାରେ ଦେବେନ୍ଦ୍ର ନିଜ ଦୋକାନ ବନ୍ଦ କରି ଘରକୁ ଫେରିବା ସମୟରେ ୩ଜଣ ଦୁର୍ବୁତ୍ତ ଏକ ମୋଟର ସାଇକେଲରେ ତାଙ୍କୁ ପିଛା କରି ବେଉରା ସାହିସ୍ଥିତ ମହିଳା ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଅଟକାଇଥିଲେ । ଦୁର୍ବୃତ୍ତମାନେ ଦେବେନ୍ଦ୍ରଙ୍କ ଉପରକୁ ତିନି ରାଉଣ୍ଡ ଗୁଳି କରିଥିଲେ । ଦେବେନ୍ଦ୍ରଙ୍କ ଦେହରେ ଗୁଳି ବାଜିବା ପରେ ସେ ସେଠାରେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ତାଙ୍କ ପାଖରେ ଥିବା ସୁନା ଓ ରୁପା ଲୁଟିନେଇ ଫେରାର ହୋଇଯାଇଥିଲେ । ପାଖା ପାଖି ୫କିଲୋ ରୁପା ଓ ୨୫୦ ଗ୍ରାମ ସୁନା ଓ ନଗଦ କିଛି ଟଙ୍କା ତାଙ୍କ ଠାରୁ ଲୁଟିନେଇଥିବା ନେଇ ଦେବେନ୍ଦ୍ରଙ୍କ ବାପା ରବୀନ୍ଦ୍ର ମହାରଣା ସୂଚନା ଦେଇଛନ୍ତି ।
ସ୍ଥାନୀୟ ଲୋକେ ଗୁଳିଶବ୍ଦ ଶୁଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ଦେବେନ୍ଦ୍ରଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ସ୍ଥାନୀୟ ଥାନା ପୋଲିସ କୁ ଜଣାଇଥିଲେ । ଘଟଣା ସ୍ଥଳରେ ଚୌଦ୍ୱାର ପୋଲିସ ପହଂଚି ଦେବେନ୍ଦ୍ରଙ୍କୁ କଟକ ବଡ଼ ମେଡ଼ିକାଲ ପଠାଇ ଘଟଣାର ତଦନ୍ତ କରୁଛି । କଟକ ଡିସିପି ପ୍ରତୀକ ସିଂ ଲୁଟ ଘଟଣା ସମ୍ପର୍କରେ ପୋଲିସ କଣ୍ଟ୍ରୋଲ ରୁମରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଡିସିପି ପ୍ରତୀକ ସିଂହ, ଚୌଦ୍ବାର ଥାନା ଆଇଆଇସି ବିରଂଚି ନାରାୟଣ ପତି, ସାଇଣ୍ଟିଫିକ୍ ଟିମ୍ ସଦସ୍ୟ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି।ଓଡ଼ିଶା ସମାଚାର

About admin

Check Also

ରାସ୍ତା ଦୂର୍ଘଟଣାରେ ଜଣେ ମୃତ

କେନ୍ଦ୍ରାପଡ଼ା, ୧୫/୦୫/୨୦୨୨( ଓଡ଼ିଶା ସମାଚାର )-  ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କଟକ- …

Leave a Reply

Your email address will not be published. Required fields are marked *