Wednesday , May 18 2022
Breaking News
Home / ବିଶେଷ / ଶତାୟୁ ପୁରୁଷ କୃଷ୍ଣଚନ୍ଦ୍ରଙ୍କ ବିୟୋଗରେ ଆଇନି ମନ୍ତ୍ରୀଙ୍କ ଶୋକ 

ଶତାୟୁ ପୁରୁଷ କୃଷ୍ଣଚନ୍ଦ୍ରଙ୍କ ବିୟୋଗରେ ଆଇନି ମନ୍ତ୍ରୀଙ୍କ ଶୋକ 

ମାହାଙ୍ଗା ୨୦/୦୧/୨୦୨୧ (ଓଡିଶା ସମାଚାର /ଅଭୟ ଜେନା) – ଆଜି ଅପରାହ୍ନରେ ଶତାୟୁ ପୁରୁଷ କୃଷ୍ଣ ଚନ୍ଦ୍ର ପଲେଇଙ୍କ ଦେହାନ୍ତ ଘଟିଛି |  ଏହି ଶତାୟୁ ପୁରୁଷଙ୍କ ବିୟୋଗରେ ସ୍ଥାନୀୟ ବିଧାୟକ ତଥା ଆଇନିମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିବାସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି | କୃଷ୍ଣଚନ୍ଦ୍ର ସତୁରି ବର୍ଷ ପୂର୍ବେ ଆତ୍ମନିର୍ଭରଶୀଳ ହେବା ପାଇଁ ସୁଦୂର କଲିକତା ସହରକୁ ଯାଇଥିଲେ ଓ ସେଠାରେ ରୋଜଗାର କରିବାସହ ଓଡ଼ିଆ ଲୋକଙ୍କୁ ଏକତ୍ରିତ କରି ଭାଇଚାରାର ନିଆରା ଦୃଷ୍ଟାନ୍ତ ସୃଷ୍ଟିକରିବା ସହ  ନିଜ ଜନ୍ମମାଟି କୁହୁଣ୍ଡା ଗାଁ’ରେ ଯୁବକ ସଂଘ ଗଢ଼ିଥିଲେ ଓ ସଂକୀର୍ତ୍ତନ ଦଳ ମାଧମରେ ଧର୍ମୀୟ କାର୍ଯ୍ୟ କରୁଥିଲେ | ଏହି ଶତାୟୁ ପୁରୁଷଙ୍କୁ ବିରୂପା ନଦୀ କୂଳରେ ଥିବା ଗ୍ରାମ୍ୟ ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା ଓ ବଡପୁଅ ବସନ୍ତ ପଲେଇ ମୁଖାଗ୍ନି ଦେଇଥିଲେ | କୃଷ୍ଣଚନ୍ଦ୍ରଙ୍କ ବିୟୋଗରେ ମୂଷିବର ପଲେଇ, ଚନ୍ଦ୍ରମଣି ଦାଶ, ନଟବର ମହାନ୍ତି, ସୁନାକର ବେହେରା, ନିହାର ରଞ୍ଜନ ପଣ୍ଡା,ରାଧାନାଥ ରାଉତ, ଅଖିଳେଶ ମହାନ୍ତି, ଅଞ୍ଜନ ବେହେରା,ଲକ୍ଷ୍ମୀଧର ବେହେରା,ହେମନ୍ତ ପ୍ରଧାନ, ଅଫସର ତୁଲ୍ଲା, ଅପର୍ତ୍ତି ବେହେରା, ତ୍ରିଲୋଚନ ବେହେରା, ଅଲେଖ ଚନ୍ଦ୍ର ଦାସ, ରାମଚନ୍ଦ୍ର ମହାପାତ୍ର, ହେମନ୍ତ ମହାନ୍ତି, ରମାକାନ୍ତ ପଣ୍ଡା, ଅମୂଲ୍ୟ ପଲେଇ,ସୁଶାନ୍ତ ଦାସ, ରବୀନ୍ଦ୍ର ପୃଷ୍ଟି, ଗଣେଶ ବିହାରୀ, ସୁଧାଂଶୁ ପାଣି, ଦୀପକ ବାରିକ, ଚିତ୍ତ ରଞ୍ଜନ ଦାସ, ବିଭୁତି ଭୂଷଣ ଦାସ, ଚନ୍ଦ୍ରମଣି ମହାନ୍ତି, ଅଂକୁର ବେହେରା, ପ୍ରଭାକର ବେହେରା, ଚକ୍ରଧର ବେହେରା, ଭାଗ୍ୟଧର ବେହେରା, ଧ୍ରୁବ ଚରଣ ଦାଶ, ନିତ୍ୟାନନ୍ଦ ସାହୁ, ନାରାୟଣ ଦାଶ, ବିଜୟ ଦାଶ, ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଓଡିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *