କନ୍ଦରପୁର/କଟକ ସଦର, ୨୦/୧/୨୦୨୨ (ଓଡ଼ିଶା ସମାଚାର):କଟକ ସଦର ପଞ୍ଚାୟତ ସମିତି ଅନ୍ତର୍ଗତ ଧରିଣା ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥିନୀ ମମତା ବେହେରା ଗୁରୁଵାର ଵିଜେଡି ସମର୍ଥନରେ ଵିଡିଓ ତଥା ନିର୍ବାଚନ ଅଧିକାରୀ ରାଜୀଵ ଲୋଚନ ପରିଡାଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।ନାମାଙ୍କନ ଦାଖଲ କରିଥିବା ଜଣାପଡିଵା ପରେ ମମତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇଵାରେ ଲାଗିଛି। ସୂଚନାଯୋଗ୍ୟ ଯେ ଆସନ୍ତା ଫେବୃୟାରୀ ୧୬ ତାରିଖ ପ୍ରଥମ ପର୍ୟ୍ୟାୟ ଭୋଟରେ ପଞ୍ଚାୟତର ୪୪୪୪ ଜଣ ଭୋଟର ୧୨ ଟି ମତଦାନ କେନ୍ଦ୍ରରେ ସେମାନଙ୍କର ମତ ସାବ୍ୟସ୍ତ କରିଵେ। ଓଡ଼ିଶା ସମାଚାର
