Wednesday , May 18 2022
Breaking News
Home / ରାଜନୀତି / ଵିଜୁ ଜନତା ଦଳ ପ୍ରତି ଅତ୍ୟଧିକ ଆନୁଗତ୍ୟ ମହଙ୍ଗା ପଡିଲା,ସଦର ଵ୍ଲକ ମହିଳା ଵିଜେଡି ସଭାନେତ୍ରୀ କଵିତା ଦାସଙ୍କ ଦଳରୁ ଇସ୍ତଫା

ଵିଜୁ ଜନତା ଦଳ ପ୍ରତି ଅତ୍ୟଧିକ ଆନୁଗତ୍ୟ ମହଙ୍ଗା ପଡିଲା,ସଦର ଵ୍ଲକ ମହିଳା ଵିଜେଡି ସଭାନେତ୍ରୀ କଵିତା ଦାସଙ୍କ ଦଳରୁ ଇସ୍ତଫା

କଟକ ସଦର, ୨୦/୧/୨୦୨୨ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):ଵିଜୁ ଜନତା ଦଳ ପ୍ରତି ଯେତେ ଆନୁଗତ୍ୟ ଦେଖାଇଲେ ଵି ଯଦି ଟଙ୍କାର ମୂଲଚାଲରେ ନିଜକୁ ଖାପ ଖୁଆଇ ନପାରିଲ ତେଵେ ତାର ମାନେ କିଛି ନାହିଁ ଵୋଲି କଟକ ସଦର ନିର୍ବାଚନମଣ୍ଡଳୀରୁ ତାହା ସ୍ପଷ୍ଟ ହୋଇଛି। ଉଦାହରଣ ସଦୃଶ କଟକ ସଦର ବ୍ଲକ ଅନ୍ତର୍ଗତ ଉରାଳି ପଞ୍ଚାୟତର ପୁର୍ଵତନ ସରପଞ୍ଚ ବ୍ଲକ ମହିଳା ଵିଜେଡି ସଭାପତି କବିତା ଦାସ ଦଳରେ ଆଗ ଧାଡିରେ ରହି ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ପ୍ରତି ଅତ୍ୟଧିକ ଆନୁଗତ୍ୟ ଦେଖାଇ ବିଭିନ୍ନ ସଭା ସମିତିରେ ଵିଧାୟକଙ୍କ ମୁଣ୍ଡରେ ପଗଡି ଵାନ୍ଧିଵା ଆଜି ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।୪ ନମ୍ଵର ଜିଲ୍ଲାପରିଷଦ ଆସନରୁ ଦଳୀୟ ଵିଜେଡି ପ୍ରାର୍ଥୀ ହେଵାକୁ ଆଵେଦନ କରିଥିଲେ ଵି ତାଙ୍କୁ ନିରାଶ ହେଵାକୁ ପଡିଛି।ଏହି ଆସନରେ ଏହି ଉରାଳି ପଞ୍ଚାୟତର ସରପଞ୍ଚ ଆଶାଲତା ଵେହେରା ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ତଦନ୍ତ ପ୍ରକ୍ରିୟା ରେ ରହିଥିଲା ଵେଳେ ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆଯିଵା ପ୍ରତିଵାଦରେ କଵିତା ଦାସ ଦଳରୁ ଇସ୍ତଫା ପ୍ରଦାନ କରିଥିଵା ଜଣାଯାଇଛି। ଏଥିପାଇଁ ଆସନ୍ତା କାଲି କଵିତା ଵିଜେଡି ପ୍ରାର୍ଥିନୀଙ୍କ ଵିରୋଧରେ ସ୍ୱାଧିନ ଭାବେ ନାମାଙ୍କନ ପତ୍ର ଦାଖଲ କରିଵେ ଵୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି। ଓଡ଼ିଶା ସମାଚାର

About admin

Check Also

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ …

Leave a Reply

Your email address will not be published. Required fields are marked *