ରଘୁନାଥପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ଦାଖଲର ୪ର୍ଥ ଦିବସରେ ୧୨୭ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରଘୁନାଥପୁର ବ୍ଲକର ୧୯ଗୋଟି ଗ୍ରା.ପ. ନିମନ୍ତେ ସରପଂଚ, ସମିତିସଭ୍ୟ, ୱାର୍ଡସଭ୍ୟ ପଦବୀ ନିମନ୍ତେ ଆଜି ୪ର୍ଥ ଦିନରେ ଦରଖାସ୍ତ ଫର୍ମ ବିକ୍ରି ଆରମ୍ଭ କରାଯାଇଥିଲା । ୱାର୍ଡସଭ୍ୟ ନିମନ୍ତେ ୮୧ ଜଣ ଦରଖାସ୍ତ ଫର୍ମ କିଣିଥିବା ବେଳେ ୧୯ଜଣ ସରପଂଚ ପଦବୀ ନିମନ୍ତେ ଦରଖାସ୍ତ ଫର୍ମ କିଣିଛନ୍ତି । ସମିତିସଭ୍ୟ ନିମନ୍ତେ ୧୬ଜଣ ଦରଖାସ୍ତ ଫର୍ମ କିଣିଛନ୍ତି । ଆଜି ରଘୁନାଥପୁର ପଂଚାୟତ ସମିତି କାର୍ଯ୍ୟାଳୟରେ ସମିତିସଭ୍ୟ ପ୍ରାର୍ଥୀ ଭାବେ ତଅଁରା ପଂଚାୟତର ଶାନ୍ତିଲତା ଦିଦେବୀ, ପୁରଣ ଓଡପଡା ପଂଚାୟତର ନମିତା ପଟ୍ଟନାୟକ, ତରିକୁନ୍ଦ ପଂଚାୟତର ମେହେମୁଦ୍ ବେଗ୍, ରଘୁନାଥପୁର ପଂଚାୟତର ମମତା ବିଶ୍ୱାଳ, ତଅଁରା ପଂଚାୟତର ସୁମିତ୍ରା ସ୍ୱାଇଁ, ପୁରଣ ଓଡପଡା ପଂଚାୟତର ଶାନ୍ତିଲତା ମହାରଣା, ତରିକୁନ୍ଦ ପଂଚାୟତର ମୁକ୍ତାର ଅଲ୍ଲୀ, ତରିକୁନ୍ଦ ପଂଚାୟତର ମମତା ଦାସ, ଜୟଶୋଳ ପଂଚାୟତର ଜୀବନ ରାଉତ, ବରାଗୋଳ ଜିତେନ୍ଦ୍ର ମଲ୍ଲିକ, ଛପଡା ପଂଚାୟତର ବସନ୍ତ ସାମଲ, ରାଢଙ୍ଗ ପଂଚାୟତର ବନଜା ମୁଦୁଲି, ଧରାଧରପୁର ପଂଚାୟତର ଜୟଶ୍ରୀ ଦାସ ସମିତିସଭ୍ୟ ଭାବେ ରଘୁନାଥପୁର ବ୍ଲକର ନିର୍ବାଚନ ଅଧିକାରୀ ତଥା ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ରଘୁନାଥପୁର ବ୍ଲକର ୧୯ଗୋଟି ପଂଚାୟତରେ ୨୧ଜଣ ପ୍ରାର୍ଥୀ ସରପଂଚ ପ୍ରାର୍ଥୀ ଓ ୯୩ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନିମନ୍ତେ ପଂଚାୟତ କାର୍ଯ୍ୟାଳୟ ମାନଙ୍କରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବୋଲି ରଘୁନାଥପୁର ବ୍ଲକ ପଂଚାୟତ ଅଧିକାରୀ କେଶବ ଚରଣ ମୁଖୀ ପ୍ରକାଶ କରିଛନ୍ତି । ଏହି ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅଶୋକ କୁମାର ମହାନ୍ତି, କୋଷାଧ୍ୟକ୍ଷ ଭବେଶ ବେହେରା ପରିଚାଳନା କରୁଛନ୍ତି । ଓଡ଼ିଶା ସମାଚାର
