Sunday , May 22 2022
Breaking News
Home / ନିର୍ବାଚନ / ବିଜେଡି ପକ୍ଷରୁ ଜୋନ ୧ ଜିଲ୍ଲାପରିଷଦ ପ୍ରାର୍ଥୀପତ୍ର ଦାଖଲ

ବିଜେଡି ପକ୍ଷରୁ ଜୋନ ୧ ଜିଲ୍ଲାପରିଷଦ ପ୍ରାର୍ଥୀପତ୍ର ଦାଖଲ

ରଘୁନାଥପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକର ୨ଗୋଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ବିଜୁଜନତା ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା ଗତକାଲି କରାଯାଇଥିଲା । ଆଜି ରଘୁନାଥପୁର ବ୍ଲକର ଜୋନ ୧ ଜିଲ୍ଲାପରିଷଦ ଆସନରେ ବିଜେଡି ପ୍ରାର୍ଥୀ ଶ୍ରୀମତି ରିନାରାଣୀ ମଲ୍ଲିକ ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ଶ୍ରୀମତି ମଲ୍ଲିକ ଆଜି ପୂର୍ବାହ୍ନରେ ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଉପଜିଲ୍ଲାପାଳ ଧମେନ୍ଦ୍ର ମଲ୍ଲିକଙ୍କ ନିକଟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାଙ୍କ ସହିତ ବରିଷ୍ଠ ଆଇନଜୀବି ଦେବେନ୍ଦ୍ର ସ୍ୱାଇଁ, ଆଇନଜୀବି ଜ୍ଞାନରଂଜନ ମହାନ୍ତି, ଅଧ୍ୟାପକ ଆଶିଷ ଚକ୍ରବର୍ତୀ,  ବ୍ଲକ ବିଜେଡି ସଭାପତି ଦେବାଶିଷ ତ୍ରିପାଠୀ, ଜିଲ୍ଲା ବିଜେଡି ଉପସଭାପତି ସରୋଜକାନ୍ତ ସ୍ୱାଇଁ, ବ୍ଲକ ଯୁବ ବିଜେଡି ସଭାପତି ସରୋଜ କୁମାର ଦାସ, ଜିଲ୍ଲା ବିଜେଡି ଉପସଭାପତି ତାରାକାନ୍ତ ଜେନା, ବ୍ଲକ କୃଷକ ବିଜେଡି ସଭାପତି ରବିନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଂଚ କଲ୍ଲିମ ଉଦ୍ଧିନ ଖାଁ, ଇଲ୍ଲିୟାସ ଖାଁ,  ଅଭୟ ସାମନ୍ତରାୟ, ବିର ନାରାୟଣ ମିଶ୍ର, ପ୍ରତାପ ରାଉତ, ରବିନ୍ଦ୍ର ସାହୁ, ଦିଲ୍ଲିପ ଦାସ, ରାଜିବ ଲୋଚନ ସ୍ୱାଇଁ ପ୍ରମୁଖ ବହୁ ବିଜେଡିକର୍ମୀ ଯୋଗଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *