ନିଶ୍ଚିନ୍ତକୋଇଲି, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ଆଜି ନାମାଙ୍କନ ଦାଖଲ କରିବାର ୪ର୍ଥ ଦିନରେ ନିଶ୍ଚିନ୍ତକୋଇଲି ବ୍ଲକ୍ ବାବୁଜଙ୍ଗ ପଂଚାୟତରୁ ସରପଂଚ ପ୍ରାର୍ଥି ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଇଂ ପ୍ରଭଂଜନ ବେଉରା । ପଂଚାୟତର ଉଚ ଶିକ୍ଷିତ ହୋଇ ଏକ ନାମି କମ୍ପାନୀରୁ ଇଂଜିନିୟର ଚାକିରୀ ପରିତ୍ୟାଗ କରି ପଂଚାୟତବାସୀଙ୍କ ସେବା କରିବା ପାଇଁ ସେ ଆଗେଇ ଆସିଛନ୍ତି । ନିଜ ପଂଚାୟତ ବାସୀଙ୍କୁ ଦୁର୍ନିତୀ ମୁକ୍ତ ସେବା ଯୋଗାଇ ଦେବା ସହିତ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ତୃଣମୂଳ ସ୍ତରରେ ଜନସାଧାରଣଙ୍କ ନିକଟରେ ପହଂଚାଇବା ତାଙ୍କ ଏକମାତ୍ର ଲକ୍ଷ ବୋଲି ସେ ପ୍ରକାଶ କରିଛନ୍ତି । ନାମାଙ୍କନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ଚନ୍ଦ୍ର ନାୟକ, ବିକାଶ ସ୍ୱାଇଁ, ଭୀକାରୀ ସାହୁ, ଅମନ୍ତନ ଅଲୀ ଖାଁ, ଗୁଲସର ଖାଁ, ସମିନା ଖାଁ, ଅଶୋକ କୁମାର ସାହୁ, କିଶୋରୀ ସାହୁ, ସୁବାସ ମହାନ୍ତି, ବିଜୟ ବେଉରା, ସ୍ମୃତି ରଂଜନ ଖୁଂଟିଆ, ସୁରେନ୍ଦ୍ର ଖୁଂଟିଆ, ସୁଶାନ୍ତ ପ୍ରଧାନ, ବିବେକ ଭୂୟାଁ, ରବିନ୍ଦ୍ର ସେଠୀ , ମହେନ୍ଦ୍ର ଜେନା, ଶ୍ରୀକାନ୍ତ ଭୂୟାଁ, ହିମାାଶୁ ବେଉରା, ଗଗନ ମଲିକ, ସୁରେନ୍ଦ୍ର ସାହୁ, ସୁରଥ ରାଉତ, ପ୍ରଫୁଲ ସାହୁ, ରଂଜିତା ମହାରଣା, ରେଣୁକା ବେଉରା, କାବେରୀ ବାରିକ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
