Thursday , June 30 2022
Breaking News
Home / ବିଶେଷ / ପିଠା ଯୋଜନା : ସୌଭାଗ୍ୟ ଯୋଜନା ରେ ବିଦ୍ୟୁତ ସଂଯୋଗ ନେଇଥିବା ଗ୍ରାହକ ମାନଙ୍କ ପାଇଁ ଆଣିଲା ଦୂର୍ଭାଗ୍ୟ

ପିଠା ଯୋଜନା : ସୌଭାଗ୍ୟ ଯୋଜନା ରେ ବିଦ୍ୟୁତ ସଂଯୋଗ ନେଇଥିବା ଗ୍ରାହକ ମାନଙ୍କ ପାଇଁ ଆଣିଲା ଦୂର୍ଭାଗ୍ୟ

ଗରଦପୁର,୨୦/୧/୨୦୨୨ (ଓଡ଼ିଶା ସମାଚାର)- ସରକାରୀ ଯୋଜନା ଚାଲୁଛି କିପରି ତାହା ଏବେ ପଦାକୁ ଆସିଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଭୋଟ ହାତେଇବା ପାଇଁ ପିଠା ଯୋଜନା ରେ ଅନେକ ବିଦ୍ୟୁତ ସଂଯୋଗ ଦେଇଥିଲେ । ଏହି ଯୋଜନାରେ କୌଣସି କାଗଜ ପତ୍ର କିମ୍ବା ଟଙ୍କା ଦାଖଲ କରିବାକୁ ପଡ଼ିବ ନାହିଁ , କେବଳ ଆଧାର କାର୍ଡ଼ ର ନକଲ ଦାଖଲ କଲେ ବିଦ୍ୟୁତ ସଂଯୋଗ ଦିଆଯାଉଥିଲା । ଯାହା ବ୍ୟୟ ହେବ ତାହାକୁ ସରକାର ବହନ କରିବେ ବୋଲି କୁହାଯାଇଥିଲା । ୨୦୧୯ ମସିହା ଜାନୁଆରୀ ମାସରେ ଏହି ଯୋଜନାରେ ଲୋକ ମାନଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା । ଏହି ପିଠା ଯୋଜନାରେ ବିଦ୍ୟୁତ ସଂଯୋଗ ନେଇଥିବା ଗ୍ରାହକମାନେ ଖୁସି ଯୋଇଥିଲେ । ଏହା ଥିଲା ‘ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର – ସୌଭାଗ୍ୟ ଯୋଜନା ’ । ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ହେଲେ ବିଦ୍ୟୁତ ସଂଯୋଗର ୩ ବର୍ଷ ପରେ ୨୦୨୨ ଜାନୁଆରୀ ମାସ ବିଲ ରେ ସୌଭାଗ୍ୟ ଯୋଜନା ଇଏମଆଇ ୧୪୦ ଟଙ୍କା ଲେଖା ପ୍ରତି ପିଠା ଯୋଜନା ରେ ବିଦ୍ୟୁତ ସଂଯୋଗ ନେଇଥିବା ଗ୍ରାହକ ମାନଙ୍କ ଠାରୁ ଆଦାୟ କରାଯାଉଛି । ଏହି ଯୋଜନାରେ ସଂଯୋଗ ନେଇଥିବା ଜଣେ ଗ୍ରାହକ କହିଛନ୍ତି ମୋର ମାସିକ ବିଦ୍ୟୁତ ବିଲ ୧୦୦ ଟଙ୍କା ମଧ୍ୟରେ ହେଲେ ସୌଭାଗ୍ୟ ଯୋଜନା ଇଏମଆଇ ୧୪୦ ଟଙ୍କା ଲେଖା ମିଶି ବିଲ ଆସିଛି । ଏହି ସୌଭାଗ୍ୟ ଯୋଜନା ଇଏମଆଇ ୧୪୦ ଟଙ୍କା ଲେଖା କେତେମାସ ଆଦାୟ କରାଯିବ ତାହାର ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ । ଟାଟା ପାୱାର (ଟିପିସିଓଡ଼ିଏଲ) ଗରଦପୁର ସେକସନ୍ ର ଜାନୁଆରୀ ମାସର ବିଲ ପାଇ ଗ୍ରାହକ ମାନେ ଏବେ ପିଠା ଯୋଜନାରେ ବିଦ୍ୟୁତ ସଂଯୋଗ ନେଇଥିବା ଗ୍ରାହକ ମାନଙ୍କ ପାଇଁ ଦୂର୍ଭାଗ୍ୟ ଆଣି ଦେଇଛି । ପଂଚାୟତ ନିର୍ବାଚନ ପୂର୍ବରୁ ଟାଟା ପାୱାର ଜରିଆରେ ସରକାରଙ୍କର ଏହା ନିର୍ବାଚନ ଭେଟି ବୋଲି ଲୋକେ ଲଘୁ ମନ୍ତବ୍ୟ / ଟାହି ଟାପରା କଲେଣି । ଏଥିପ୍ରତି ଦୃଷ୍ଟି ଦେବାକୁ ପିଠା ଯୋଜନାର ଗ୍ରାହକମାନେ ମୁଖ୍ୟମନ୍ତ୍ରୀ, ଶକ୍ତି ମନ୍ତ୍ରୀ ଓ ୫ ଟି ସଚୀବ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *