ରଘୁନାଥପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତରେ ଆଜି ବିଜେପି ସମର୍ଥôତ ପ୍ରାର୍ଥିନୀ ସଂଗୀତା ସେଣ ସରପଂଚ ପଦବୀ ପାଇଁ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ପୂର୍ବାହ୍ନରେ ନିଜର ସମର୍ଥକ ମାନଙ୍କ ସହିତ ସେ ପଂଚାୟତ ନିର୍ବାହୀ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପରିଡ଼ା ଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ବିଜେପି ଯୁବ ମୋର୍ଚ୍ଚା କୋଷାଧ୍ୟକ୍ଷ ବନୋଜ ନାୟକ, ଜୟନ୍ତୀ ବିଶ୍ୱାଳ,ଶଚିକାନ୍ତ ଦାସ, ବସନ୍ତ କୁମାର ଦାସ, ସୁବାସ ଚନ୍ଦ୍ର ମହାନ୍ତି , ଶୁକାନ୍ତ କୁମାର ବିଶ୍ୱାଳ, ବସନ୍ତ ଜେନା, ସୁଶାନ୍ତ ବାରିକ, ଗୋପାଳ ପଟ୍ଟନାୟକ, ବିଦୂର ବିଶ୍ୱାଳ, ଆଲୋକ ଜେନା , ସମିର ଦାସ ଓ ଉପସ୍ଥିତ ଥିବାବେଳେ ଶ୍ରୀମତୀ ସେଣ ମୋଦି ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛପଡ଼ା ପଂଚାୟତ ବାସୀଙ୍କୁ ଦୁର୍ନିତୀ ମୁକ୍ତ ସେବା ଯୋଗାଇ ଦେବେ ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର
