ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ପ୍ରାର୍ଥିପତ୍ର ଦାଖଲ ର ୪ର୍ଥ ଦିନରେ ଗରଦପୁର ବ୍ଲକ୍ ରେ ମୋଟ୍ ୪୦୮ ପ୍ରାର୍ଥି ପତ୍ର ଦାଖଲ ହୋଇଛି । ସେଗୁଡ଼ିକ ମଧ୍ୟରୁ ଗତ ୪ ଦିନ ମଧ୍ୟରେ ମୋଟ୍ ୬୬ ଜଣ ସରପଂଚ ପ୍ରାର୍ଥି ମନୋନୟପନତ୍ର ଦାଖଲ କରିଥିବାବେଳେ ୪୫ ଜଣ ବିଭିନ୍ନ ପଂଚାୟତ ପାଇଁ ସମିତି ସଭ୍ୟ ଭାବରେ ନିଜର ପ୍ରାର୍ଥିତ୍ୱ ବ୍ଲକ୍ ନିର୍ବାଚନ ଅଧିକାରୀ ରଂଜିତ କୁମାର ମଲିକ୍ ଙ୍କ ନିକଟରେ ଦାଖଲ କରିଛନ୍ତି । ସେହିପରି ବ୍ଲକ୍ ର ୧୮ ଟି ପଂଚାୟତରେ ମୋଟ ୩୧୭ ଜଣ ୱାର୍ଡ଼ ସଭ୍ୟ ପାଇଁ ନାମାଙ୍କନ ଦେଇଛନ୍ତି । ବିଶେଷ କରି ଆଜି ସରପଂଚ ପାଇଁ ୨୨ ଟି ଓ ସମିତି ସଭ୍ୟ ପାଇଁ ୧୮ ଟି ଓ ପଂଚାୟତ ୱାର୍ଡ଼ ମେମ୍ବର ପାଇଁ ୧୪୨ ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ଆଜି ପଦ୍ମପୁର ପଂଚାୟତର ସମିତି ସଭ୍ୟ ଭାବରେ ଅଭୟ ମହାରାଜ ଓ ଲକ୍ଷ୍ମଣ ବେହେରା , ଗରଦପୁର ପଂଚାୟତ ସମିତି ସଭ୍ୟ ଭାବରେ ଦିଲିପ କୁମାର ପଣ୍ଡା ଓ ଆଲୋକ କୁମାର ପାଣି, ବନ୍ତଳା ପଂଚାୟତ ସମିତି ସଭ୍ୟ ଭାବରେ ପ୍ରତାପ ଜେନା,
ତେଣ୍ଡାକୁଡ଼ା ପଂଚାୟତ ସମିତି ସଭ୍ୟ ଭାବରେ ମିର ଫଜଲ ରବ୍ (ପପୁ), ବଙ୍ଗାଳପୁର ପଂଚାୟତ ସମିତି ସଭ୍ୟ ଭାବରେ ମହେଶ୍ୱତା ସାମଲ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ପଦ୍ମପୁର ପଂଚାୟତ ସରପଂଚ ପ୍ରାର୍ଥି ଭାବରେ ହେମନ୍ତ ସେଠୀ ଓ ଅନୁସୟା ବେହେରା , ସାନ ଅଢ଼ଙ୍ଗା ପଂଚାୟତ ସରପଂଚ ଭାବେ ବୀର କିଶୋର ମହାନ୍ତି , ଅଭୟ ମଲ ଓ ଅମିୟ ସାହୁ , ବଙ୍ଗାଳପୁର ପଂଚାୟତ ସରପଂଚ ଭାବରେ ସୁଧୀର ସାମଲ , ରାମଚନ୍ଦ୍ରପୁର ପଂଚାୟତ ସରପଂଚ ପ୍ରାର୍ଥି ଭାବରେ ହୀରଣ୍ୟ ସାହୁ , ବେଡ଼ାରୀ ପଂଚାୟତ ସରପଂଚ ପ୍ରାର୍ଥି ଭାବରେ ଶୈଳେଯା ଦାସ , ପାଟକୁରା ପଂଚାୟତ ସରପଂଚ ପ୍ରାର୍ଥି ଭାବରେ ଗୀତାଂଜଳୀ ମହାନ୍ତି, ତଳକୁସୁମା ପଂଚାୟତ ସରପଂଚ ପ୍ରାର୍ଥି ଭାବରେ ଅଶୋକ କୁମାର ଜେନା, ପ୍ରହଲାଦ ସାହୁ , ବାବୁ ତାରେଣିଆ, ସୁକାନ୍ତ ନାୟକ ଙ୍କ ସମେତ ବନ୍ତଳା ପଂଚାୟତ ସରପଂଚ ପ୍ରାର୍ଥି ଭାବରେ ବୈଷ୍ଣବ ଚରଣ ମହାନ୍ତି ପ୍ରମୁଖ ଆଜି ନିଜ ନିଜ ପଂଚାୟତରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଓଡ଼ିଶା ସମାଚାର