Sunday , May 22 2022
Breaking News
Home / ନିର୍ବାଚନ / ଗୁଆଳିପୁର ପଂଚାୟତରେ ସରପଂଚ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ମନୋଜିନୀ ସାହୁ 

ଗୁଆଳିପୁର ପଂଚାୟତରେ ସରପଂଚ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ମନୋଜିନୀ ସାହୁ 

ରଘୁନାଥପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତରେ ସରପଂଚ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡ଼ି ସମର୍ଥିତ ପ୍ରାର୍ଥିନୀ ଶ୍ରୀମତୀ ମନୋଜିନୀ ସାହୁ । ଆଜି ସେ ତାଙ୍କ ସମର୍ଥକଙ୍କ ସହିତ ପଂଚାୟତ ଦାୟିତ୍ୱରେ ଥିବା ବିଶ୍ୱଜିତା ଦାସ ଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିବା ସହିତ ଜଣେ ସୁ ଗୃହିଣୀ ହୋଇ ପରିବାର ଚଳାଉଥିବାବେଳେ ଆଗାମୀ ଦିନରେ ପଂଚାୟତବାସୀଙ୍କ ସେବା କରିବା ପାଇଁ ବାହାରିଛନ୍ତି । ଦୁର୍ନିତୀ ମୁକ୍ତ ସେବା ଯୋଗାଇ ଦେବା ତାଙ୍କର ଏକମାତ୍ର ଲକ୍ଷ ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପଂଚାୟତର ବୟୋଜ୍ୟେଷ୍ଠ ମୂରବୀ ଜ୍ଞାନ ରଂଜନ ପଟ୍ଟନାୟକ, ସରପଂଚ ଜାନକୀ ବଲଭ ସ୍ୱାଇଁ, ବିଜୟ କୁମାର ପଟ୍ଟନାୟକ, ଶିବ ଶଙ୍କର ମହାନ୍ତି , ପୁରସ୍ତମ ଦାସ, ପ୍ରକାଶ ପଟ୍ଟନାୟକ, ଅଭିନ୍ନ ସାହୁ, ଅଜିତ ମହାରଣା, ବିନୋଦ ସେଠୀ, ଦିଲିପ ପଟ୍ଟନାୟକ, ମାନସ ପଟ୍ଟନାୟକ, ପ୍ରହଲାଦ ଓଝା ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *