ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ନାମାଙ୍କନ ମାହୋଲ ଆରମ୍ଭ ହୋଇ ଯାଇଛି । ଶତାଧିକ ଆଶାୟୀ ପ୍ରାର୍ଥିମାନେ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ଥିବା ୱାର୍ଡ଼ ସଭ୍ୟ , ସରପଂଚ , ସମିତି ସଭ୍ୟ ଓ ଜିଲା ପରିଷଦ ସଦସ୍ୟ ଭାବରେ ନାମାଙ୍କନ ପତ୍ର ଦାଖଲ ଜାରି ରଖିଛନ୍ତି । ଆଜି ଗରଦପୁର ରୁ ବିଜେଡ଼ି ଦଳିୟ ଟିକେଟ ପାଇ ୧୧ ନମ୍ବର ଜିଲା ପରିଷଦ ପ୍ରାର୍ଥି ଭାବରେ ମଂଜୁବାଳା ଜେନା କେନ୍ଦ୍ରାପଡ଼ାସ୍ଥିତ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ବିଧାୟିକା ସାବିତ୍ରୀ ଅଗ୍ରୱାଲାଙ୍କ ପୁତ୍ର ତଥା ପ୍ରତିନିଧି ସଂଜୟ ଅଗ୍ରୱାଲା ଙ୍କ ସମେତ ଶତାଧିକ ଶୁଭେଛୁ ଙ୍କ ଗହଣରେ ମଂଜୁବାଳା ଆଜି ନାମାଙ୍କନ ଦାଖଲ କରିଛନ୍ତି । ଉଲେଖନୀୟ ଏହିକି ମଂଜୁବାଳା ରାଜନୀତିରେ ନୂଆ ହୋଇଥିଲେ ମଧ୍ୟ ତାଙ୍କ ସ୍ୱାମୀ ଭଗବାନ ଜେନା ଜଣେ ସମାଜସେବୀ ଭାବରେ ଅଂଚଳରେ ସୁପରିଚିତ । ସେହିପରି ୯ ନମ୍ବର ଜୋନ୍ ରେ ବିଜେଡ଼ି ଜିଲଶ ପରିଷଦ ପ୍ରାର୍ଥି ଭାବରେ ଏଲିନା ସ୍ୱାଇଁ ନାମାଙ୍କନ ଭରିଛନ୍ତି । ପ୍ରକାଶ ଥାଉକି ଗତ ୨୦୧୭ ପଂଚାୟତ ନିର୍ବାଚନରେ ଏଲିନା ଙ୍କ ସ୍ୱାମୀ ଅମିୟ ରଂଜନ ସ୍ୱାଇଁ (ବୁଲୁ) ମାତ୍ର ୨୨ ଖର୍ଡ ଭୋଟରେ ପରାଜିତ ହୋଇଥିଲେ । ସେଥିପାଇଁ ଚଳିତ ନିର୍ବାଚନରେ ଦଳ ତାଙ୍କ ଉପରେ ଭରଷା ରଖି ତାଙ୍କ ଧର୍ମ ପତ୍ନୀ ଙ୍କୁ ବିଜେଡ଼ି ପ୍ରାର୍ଥି କରିଛି । ସେ ଆଜି କେନ୍ଦ୍ରାପଡ଼ାସ୍ଥିତ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ଓଡ଼ିଶା ସମାଚାର
