Wednesday , May 18 2022
Breaking News
Home / ରାଜନୀତି / ଗରଦପୁର ଜିଲା ପରିଷଦ . . ବିଜେପି ଟିକଟ ରୁ ବାଦ ପଡ଼ିଲେ ଦଳର ୨ ଜଣ ଜିଲା ପରିଷଦ ସଦସ୍ୟ 

ଗରଦପୁର ଜିଲା ପରିଷଦ . . ବିଜେପି ଟିକଟ ରୁ ବାଦ ପଡ଼ିଲେ ଦଳର ୨ ଜଣ ଜିଲା ପରିଷଦ ସଦସ୍ୟ 

୨୦/୧/୨୦୨୨ (ଓଡ଼ିଶା ସମାଚାର)- ବହୁ ବିଳମ୍ବରେ ଆଜି ବିଜେପି ତାର ଜିଲା ପରିଷଦ ପ୍ରାର୍ଥି ତାଲିକା ଘୋଷଣା କରିଛି । ହେଲେ ଏହି ଟିକେଟ ଦିଆ ନିଆରେ ଗରଦପୁର ବ୍ଲକ୍ ରୁ ଦୁଇ ଜଣ ଜିଲା ପରିଷଦ ସଦସ୍ୟ ବାଦ ପଡ଼ିଛନ୍ତି । ଫଳରେ ଦଳ ମଧ୍ୟରେ ମିଶ୍ରିତ ପ୍ରତିକ୍ରୀୟା ପ୍ରକାଶ ପାଇଛି । ଉଲେଖନୀୟ ଏହିକି ଗରଦପୁର ବ୍ଲକ୍ ରେ କେନ୍ଦ୍ରାପଡ଼ା ଜିଲା ପରିଷଦ ର ୯, ୧୦ ଓ ୧୧ ନମ୍ବର  ଏହିପରି ତିନୋଟି ଜୋନ୍ ରହିଛି । ଗତ ୨୦୧୭ ମସିହା ପଂଚାୟତ ନିର୍ବାଚନରେ ଶାସକ ବିଜେଡ଼ି ଦଳକୁ ମାତ୍ ଦେଇ ଗରଦପୁର ବ୍ଲକ୍ ର ୯ ନମ୍ବର ଜୋନ ରୁ ବିଜେପି ପ୍ରାର୍ଥି ସନ୍ତାଷ କୁମାର ଜେନା  ଓ ୧୧ ନମ୍ବର ଜୋନ୍ ରୁ ବିଜେପି ପ୍ରାର୍ଥି ଅହଲ୍ୟା ଲେଙ୍କା  ବିଜୟୀ ହୋଇଥିଲେ । ତୀବ୍ର ପ୍ରତିଦ୍ୱନ୍ଦୀତା ମଧ୍ୟରେ କେବଳ ୧୦ ନମ୍ବର ଜୋନ ରୁ ବିଜେଡ଼ି ପ୍ରାର୍ଥି ସୁଜାତା ରାଉତରାୟ ବିଜେପି ପ୍ରାର୍ଥି ଠାରୁ ମାତ୍ର ୩୫୧ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଦଳ ଓ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ସମ୍ମାନ ରକ୍ଷା କରିଥିଲେ । ତେବେ ବିଜେପି ର ପ୍ରାର୍ଥି ଘୋଷଣା ଆଜି ଗରଦପୁର ବ୍ଲକ୍ ରେ ବିଜେପି କର୍ମୀ ଓ ଶୁଭେଛୁ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ୧୧ ନମ୍ବର ଜୋନ୍ ର ଜିଲା ପରିଷଦ ସଭ୍ୟ ଅହଲ୍ୟା ଲେଙ୍କା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଙ୍କ ଖାସ୍ ଅନୁଗତ । ଦଳିୟ କାର୍ଯ୍ୟକ୍ରମ ଓ ଜନ ସମ୍ପର୍କ ରଖିବାରେ ମହିଳା ଜଣକ ଖୁବ୍ ଦକ୍ଷ । ସେହିପରି ୯ ନମ୍ବର ଜୋନ୍ ର ସନ୍ତୋଷ କୁମାର ଜେନା ଜଣେ ଦକ୍ଷ ସଂଗଠକ । ଜଣେ ସମାଜ ସେବୀ, ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ତଥା ଟାଣୁଆ ସଂଗଠକ ଭାବରେ ସାରା ଜିଲାରେ ସୁପରିଚିତ । କେନ୍ଦ୍ରାପଡ଼ା ଜିଲା ପରିଷଦ ବୈଠକରେ ଅଧିକାଂଶ ସମୟରେ ବିଭିନ୍ନ ବିଷୟରେ ପ୍ରଶ୍ନ ଉଠାଇ ଜିଲା ଶାସକ ଓ ପ୍ରଶାସକ ମାନଙ୍କୁ ହରଡ଼ ଘଣାରେ ପକାଇବା ଦୃଷ୍ଟାନ୍ତ ରହିଛି । ହେଲେ ଗରଦପୁର ବ୍ଲକ୍ ର ଏହି ଦୁଇ ଜଣ ବିଜେପି ସମର୍ଥକଙ୍କୁ ଦଳିୟ ଟିକେଟ ନମିଳିବା ପାଟକୁରା ବୁଦ୍ଧିଜିବୀ ମହଲରେ ନୈରାଶ୍ୟ ସୃଷ୍ଟି କରିଛି । ବିଜେପି ଦଳର କର୍ମୀ ମହଲରେ  ବିଜୟ ଙ୍କ ଅନୁଗତ ହୋଇଥିବାରୁ ଅହଲ୍ୟାଙ୍କ ଟିକେଟ କଟିଲା ବୋଲି କେହି କେହି ଆଲୋଚନା କରୁଥିବାବେଳେ ବିଜୟ ଙ୍କ ସହିତ ମନମାନୀ ଥିବାରୁ ସନ୍ତୋଷ ଟିକେଟ ପାଇବାରୁ ବଂଚିତ ହେଲେ ବୋଲି ଆଲୋଚନା ହେଉଛି । ତେବେ ବିଜେପି ଦଳ ତରଫରୁ ଆଜି ସକାଳ ୯ ଟା ବେଳେ ୯ ନମ୍ବର ଜେନା ପାଇଁ ସୁଦୀପ୍ତ ପ୍ରଧାନ , ୧୦ ନମ୍ବର ଜେନା ପାଇଁ ରଂଜିତା ଆଚାର୍ଯ୍ୟ ଓ ୧୧ ନମ୍ବର ଜୋନ୍ ପାଇଁ ଡ଼ଲି ଶତପଥି ଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ …

Leave a Reply

Your email address will not be published. Required fields are marked *