Wednesday , May 18 2022
Breaking News
Home / ତାଜା ଖବର / କିସିଣ୍ତା ଥାନା ସମ୍ମୁଖରେ ମହିଳାଙ୍କୁ ହତ୍ୟା

କିସିଣ୍ତା ଥାନା ସମ୍ମୁଖରେ ମହିଳାଙ୍କୁ ହତ୍ୟା

ସମ୍ବଲପୁର ୨୦/୧/୨୦୨୨ (ଓଡ଼ିଶା ସମାଚାର)- ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ସମ୍ମୁଖରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ହତ୍ୟା କରିଛି ପୁଣି ଜଣେ ସମ୍ପର୍କୀୟ ଭାଇ । ଥାନା ସମ୍ମୁଖରେ ହତ୍ୟା କାଣ୍ଡ କଥା ଶୁିଲେ କଥାଟା ଟିକ୍ୟେ ଅଲଗା ଭଳି ଜଣାଯାଉଛି । ତେବେ ଥାନାକୁ ଅଭିଯୋଗ କରିବାକୁ ଯାଉଥିବା ମହିଳାଙ୍କୁ ଥାନା ସମ୍ମୁଖରେ ହିଁ ଅଭିଯୁକ୍ତ ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଛି। ଥାନା ସମ୍ମୁଖରେ ମହିଳାଙ୍କ ମୃତ ଦେହ ପଡ଼ିରହିଥିଲା। ମୃତ ମହିଳା ଜଣକ ହେଉଛନ୍ତି ଲୋଇସିଂ ଗ୍ରାମର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର (୩୨)। ପୂର୍ବରୁ ମହିଳାଙ୍କ ସହ ଅଭିଯୁକ୍ତ କକାପୁଅ ଭାଇ କ୍ଷୀରୋଦ ରୋହିଦାସର କୌଣସି କାରଣକୁ ନେଇ କଳହ ଲାଗି ରହିଥିବା ବେଳେ ଅଭିଯୁକ୍ତ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ମହିଳା ଜଣକ ଥାନା ଯାଉଥିଲେ। ହେଲେ, ଅଭିଯୋଗ କରିବା ପୂର୍ବରୁ ଅଭିଯୁକ୍ତ ସମ୍ପର୍କୀୟ ଭାଇ ହାତରେ ତାଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି। ଟାଙ୍ଗିଆ ଚୋଟରେ କୁମାରୀ ର ପ୍ରାଣବାୟୁ ଉଡ଼ିଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ପୁଲିସ ପହଞ୍ଚିବା ପୂର୍ବରୁ କ୍ଷୀରୋଦ ଫେରାର୍ ହୋଇଯାଇଥିଲା। ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଥାନା ସମ୍ମୁଖରେ ଏହିଭଳି ଘଟଣା ଘଟିବା ଏବଂ ଅଭିଯୋଗ କରିବା ପୂର୍ବରୁ ମହିଳା ପ୍ରାଣ ହରାଇବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଓଡ଼ିଶା ସମାଚାର

About admin

Check Also

ରାସ୍ତା ଦୂର୍ଘଟଣାରେ ଜଣେ ମୃତ

କେନ୍ଦ୍ରାପଡ଼ା, ୧୫/୦୫/୨୦୨୨( ଓଡ଼ିଶା ସମାଚାର )-  ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କଟକ- …

Leave a Reply

Your email address will not be published. Required fields are marked *